Advertisement

ହାର୍ଟ ଆଟାକ୍‌ ଓ ଡାଇବେଟିସ୍‌ରୁ ଦୂରେଇ ରଖେ ଏହି ପାଣି…

ପରିବର୍ତ୍ତିତ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ହାର୍ଟ ଆଟାକ୍‌ ଓ ଡାଇବେଟିସ୍‌ ସମସ୍ୟା ଦେଖାଦେଇଥାଏ। ତେବେ କେତେକ ଘରୋଇ ଉପାୟ ଆପଣାଇଲେ ଏଥିରୁ ସହଜରେ ମୁକ୍ତି ମିଳିଥାଏ। ସକାଳୁ କିଛି ସମୟ ବ୍ୟାୟାମ କରିବା ପରେ ଖାଲି ପେଟରେ କିସ୍‌ମିସ୍‌ ପାଣି ପିଇବା ସ୍ବାସ୍ଥ୍ୟ ଲାଗି ଖୁବ୍‌ ଭଲ। ନିୟମିତ ଏପରିକଲେ ହାର୍ଟ ଆଟାକ୍‌ରୁ ମୁକ୍ତି ମିଳିଥାଏ। ଏହା ଲିଭରର କାର୍ଯ୍ୟକୁ ସ୍ବାଭାବିକ କରିବା ସହିତ ଏସିଡିଟି ସମସ୍ୟା ଦୂର କରେ। ଏହା ରକ୍ତକୁ ସଫା କରିଥାଏ। ଏହା ରକ୍ତ ଶର୍କରାସ୍ତରକୁ ନିୟନ୍ତ୍ରିତ କରିବା ସହିତ ମେଟାବୋଲିଜିମ୍‌ ବଢ଼ାଏ। ଫଳରେ ଡାଇବେଟିସ୍‌ ସମସ୍ୟା ଦୂର ହୁଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। କିସ୍‌ମିିସ୍‌ ପାଣିରେ ପୋଟାସିୟମ ସହିତ ଆଲୁବୁମିନ୍‌ ଓ ସୋଡିୟମ କ୍ଲୋରାଇଡ୍‌ ରହିଥାଏ। ଏହା ଶରୀରରେ ଥିବା ବିଭିନ୍ନ ଜଳୀୟ ଅଂଶର ଦ୍ରବଣୀୟତା ବୃଦ୍ଧି କରିଥାଏ। ଫଳରେ ରକ୍ତ ସଞ୍ଚାଳନ ବୃଦ୍ଧି ପାଇ ହାର୍ଟ ଉପରେ ଚାପ କମ ହୋଇଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share