ହାର୍ଟ ବିଟ୍‌ରେ ଚାଲିବ ପେସ୍‌ମେକର

ନ୍ୟୁୟର୍କସ୍ଥିତ ବଫାଲୋ ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଆପ୍ଲାଏଡ୍‌ ସାଇନ୍ସର ବୈଜ୍ଞାନିକମାନେ ଏପରି ଏକ ପେସମେକର (ହାର୍ଟକୁ କ୍ରିୟାଶୀଳ କରିବା ଏବଂ ଏହାର ସ୍ପନ୍ଦନକୁ ସନ୍ତୁଳିତ ରଖିବା ପାଇଁ ବ୍ୟବହାର କରାଯାଏ) ପ୍ରସ୍ତୁତ କରିଛନ୍ତି, ଯାହା ହାର୍ଟ ବିଟ୍‌ (ହୃତ୍‌ ସ୍ପନ୍ଦନ)ରେ ଚାଲିପାରିବ। ଏଥିପାଇଁ ବ୍ୟାଟେରିର ଆଦୌ ଆବଶ୍ୟକତା ନାହିଁ ବୋଲି ପ୍ରସ୍ତୁତକାରୀ ବୈଜ୍ଞାନିକମାନେ ଗବେଷଣା ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଉକ୍ତ ଗବେଷଣାର ମୁଖ୍ୟ ଏମ. ଆମିନ୍‌ କାରାମି କହନ୍ତି, ‘ଏହି ନୂତନ ପେସ୍‌ମେକର ଆକାର ଛୋଟ ପକେଟ ଘଣ୍ଟା ପରି। ଏହାକୁ ହୃତପିଣ୍ଡରେ ପ୍ରତିରୋପଣ କରାଯିବା ପରେ ତାହ ହୃତ୍‌ସ୍ପନ୍ଦନ ଦ୍ୱାରା ହିଁ ଚାଲିପାରିବ। ହୃତ୍‌ସ୍ପନ୍ଦନ ଦ୍ୱାରା ସୃଷ୍ଟି ହେଉଥିବା କମ୍ପନ ଏହି ପେସମେକରକୁ ଚାଲିବା ପାଇଁ ଆବଶ୍ୟକ ଶକ୍ତି ଯୋଗାଇଥାଏ। କେବଳ ସେତିକି ନୁହେଁ, ଏଥିରୁ ହାର୍ଟ ସମ୍ବନ୍ଧୀୟ କେତେକ ତଥ୍ୟ ମଧ୍ୟ ସଂଗ୍ରହ କରାଯାଇପାରିବ।