Categories: ଖେଳ

ହାର୍ଦ୍ଦିକଙ୍କୁ ଭେଟିଲେ ନୀତା ଅମ୍ବାନି

ଲଣ୍ଡନ,୧୧।୧୦:ନିକଟରେ ସଫଳତାର ସହ ଅଣ୍ଟାରେ ଅସ୍ତ୍ରୋପଚାର କରାଇଥିବା ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏଠାରେ ଗୁରୁବାର ଭେଟିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ମାଲିକିଆଣୀ ନୀତା ଅମ୍ବାନି। ଏ ନେଇ ଜାତୀୟ ଦଳରୁ ବାଦ୍‌ ପଡ଼ିଥିବା ଅଲରାଉଣ୍ଡର ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ନୀତାଙ୍କୁ ‘ଭାଉଜ’ ସମ୍ବୋଧନ କରି ହାର୍ଦ୍ଦିକ ଧନ୍ୟବାଦ ଦେଇଛନ୍ତି। ମୋତେ ଭେଟିଥିବାରୁ ଭାଉଜଙ୍କୁ ଧନ୍ୟବାଦ। ତୁମର ଶୁଭେଚ୍ଛା ଓ ପ୍ରୋତ୍ସାହନ ମୋ ପାଇଁ ବହୁତ କିଛି ବୋଲି ସେ କ୍ୟାପଶନରେ ଲେଖିଛନ୍ତି।

Share