ହାର୍ଦ୍ଦିକଙ୍କ ଜୀବନରେ ନୂଆ ପ୍ରେମିକା

ମୁମ୍ବାଇ: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ। ବିଗତ ଦିନରେ ବଲିଉଡ୍‌ ଅଭିନେତ୍ରୀ ଈଶା ଗୁପ୍ତା, ଉର୍ବଶୀ ରୌତେଲା ଏବଂ ପରିଣୀତି ଚୋପ୍ରାଙ୍କ ସହ ତାଙ୍କ ନାମ ଯୋଡ଼ା ଯାଇଛି। ହେଲେ ଏମାନଙ୍କ ଭିତରୁ କୌଣସିଟି ବେଶି ଦିନ ଚାଲିନାହିଁ। ଏଇନେ ସେ ନତାଶା ସ୍ତନକୌବିକଙ୍କ ପ୍ରେମରେ ପଡ଼ିଛନ୍ତି ବୋଲି କୁହାଯାଉଛି। ନତାଶା ଏବେ ଟେଲିଭିଜନ ଶୋ’ ‘ନଚ୍‌ ବଲିୟେ-୯’ରେ ନଜର ଆସୁଛନ୍ତି। ନତାଶା ଓ ହାର୍ଦ୍ଦିକ ଉଭୟ ଏକାଠି ଅଧିକ ସମୟ ଅତିବାହିତ କରୁଛନ୍ତି। ଏକାଠି ବୁଲିବା ସହ ହାର୍ଦ୍ଦିକ ହେ.େହାନିଜର ବନ୍ଧୁମାନଙ୍କୁ ନତାଶାଙ୍କ ସହ ପରିଚୟ କରାଉଛନ୍ତି। ନିକଟରେ ବାନ୍ଦ୍ରାର କ୍ୟାଫେ-୧୪୫ରେ ଏକ ପାର୍ଟି ରଖିଥିଲେ ହାର୍ଦ୍ଦିକ। ଏଥିରେ କେବଳ ବନ୍ଧୁ ଓ ପରିଜନମାନଙ୍କୁ ନିମନ୍ତ୍ରଣ ରହିଥିଲା। ପାର୍ଟିରେ ନତାଶାଙ୍କୁ ନିଜ ପ୍ରେମିକା ବୋଲି କୁଆଡ଼େ କହିଥିଲେ ହାର୍ଦ୍ଦିକ।  ତେବେ କଥାଟି  ସତ କି ନୁହେଁ ଆଗାମୀ ଦିନରେ ଜଣାପଡ଼ିବ।

Share