Categories: ଖେଳ

ହାର୍ଦ୍ଦିକ ନୁହେଁ, ଉର୍ବଶୀଙ୍କ ସହ ଚାଲିଛି ଅନ୍ୟ କ୍ରିକେଟରଙ୍କ ଚକ୍କର

ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରେ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌଟେଲାଙ୍କ ଅନ୍ୟ ଜଣେ କ୍ରିକେଟରଙ୍କ ସହ ଚକ୍କର ଚାଲିଛି। ସେହି କ୍ରିକେଟର ହେଉଛନ୍ତି ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ। ‘ସ୍ପଟ୍‌ବୟଇ’ରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ମୁତାବକ, ଉର୍ବଶୀଙ୍କୁ ବିଳମ୍ବିତ ରାତିରେ ପନ୍ତଙ୍କ ସହ ଏକ ବଡ଼ ରେଷ୍ଟୁରାଣ୍ଟରେ ଦେଖିବାକୁ ମିଳିଛି। ପନ୍ତ ବଲିଉଡ୍‌ ସୁନ୍ଦରୀଙ୍କୁ ଡିନର ଡେଟ୍‌ରେ ନେଇଥିଲେ। ଏହା ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଟି୨୦ ସିରିଜର ପୂର୍ବଦିନ ଘଟିଥିଲା। ପୂର୍ବରୁ ଉର୍ବଶୀଙ୍କ ସହ ହାର୍ଦ୍ଦିକଙ୍କ ଚକ୍କର ଥିବା କେତେକ ରିପୋର୍ଟରେ ପ୍ରକାଶ ପାଇଥିଲା। ନିକଟରେ ହାର୍ଦ୍ଦିକ ଗିଫ୍ଟ ଭାବେ ଏକ ଡଗି ଦେଇଥିଲେ। କିନ୍ତୁ ଏକ ବୈଦ୍ୟୁତିକ ଗଣମାଧ୍ୟମ ଚ୍ୟାନେଲକୁ ଦେଇଥିବା ସାକ୍ଷାତ୍‌କାରରେ ରିଲେଶନଶିପକୁ ଉର୍ବଶୀ ଏହାକୁ ଅସ୍ବୀକାର କରିଥିଲେ।

Share