Categories: ଜାତୀୟ

ହାର୍ଦ୍ଦିକ ପଟେଲଙ୍କ ଜୀବନ ପ୍ରତି ବିପଦ: ଲୋଡିଲେ ପୋଲିସ ସହାୟତା

ଜାମ୍‌ନଗର,୨୧।୪: ଏକ ନିର୍ବାଚନୀ ସଭାରେ ଜଣେ ବ୍ୟକ୍ତି ହାର୍ଦ୍ଦିକ ପଟେଲଙ୍କୁ ଚାପୁଡ଼ା ମାରିଥିଲେ। ଏହାପରେ ହାର୍ଦ୍ଦିକ ତାଙ୍କ ଜୀବନପ୍ରତି ବିପଦଥିବା ସୂଚିତ କରି ସ୍ଥାନୀୟ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି। ତାଙ୍କୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବାକୁ ସେ ଅନୁରୋଧ କରିଛନ୍ତି। ବାରମ୍ବାର ତାଙ୍କ ନିର୍ବାଚନୀ ସଭାରେ ଏଭଳି ହେଉଥିବା ଦର୍ଶାଇ ହାର୍ଦ୍ଦିକ ସୁରକ୍ଷା ସହାୟତା ଲୋଡିଛନ୍ତି। ଅଗାମୀ ଦିନରେ ତାଙ୍କ ଉପରେ କିଛି ବଡ଼ ଧରଣ ଆକ୍ରମଣ ହେବାର ଆଶଙ୍କା ଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି।

Share