ହାର୍‌ ମାନିନାହାନ୍ତି କନକଲତା

ଭଦ୍ରକ ଅଫିସ, ୧୦।୭- ଭଦ୍ରକ ସହର ତଳିର ଏକ ଗଁା ଓକାଳ। ଗଁାରେ ରହିଛି ଏକ ୫ ଫୁଟ ଉଚ୍ଚର ବଖରାଏ ନୂଆଣିଆ ନଡ଼ା ଛପର ଘର। ରାତି ପାହିଲେ ମାଟିକାନ୍ଥ ଓ ଚଟାଣକୁ ଗୋବର ପାଣିରେ ଲିପାପୋଛା କରିଦିଅନ୍ତି କନକଲତା। ସେହି ବଖରାଏ ଘରେ ରୋଷେଇ, ଖିଆପିଆ, ବସାଉଠା କରନ୍ତି ୩ ପ୍ରାଣୀ କୁଟୁମ୍ବ। ପ୍ରତିଦିନ କନକଲତା ଦୀର୍ଘ ୯ ବର୍ଷ ଧରି ରୋଗରେ ପଡ଼ିଥିବା ସ୍ବାମୀ ଓ ମାନସିକ ଭାରସାମ୍ୟ ହରାଇ ଅସୁସ୍ଥ ହୋଇପଡ଼ିଥିବା ପୁଅର ସେବାଯତ୍ନ ନେଇ ପରଘରେ ମୂଲ ଲାଗିବାକୁ ଘରୁ ବାହାରି ଯାଆନ୍ତି। ସନ୍ଧ୍ୟାରେ ମଜୁରୀ ଟଙ୍କାରେ ସ୍ବାମୀ ଓ ପୁଅଙ୍କ ଲାଗି ଔଷଧ କିଣି ଘରକୁ ଫେରନ୍ତି। ସ୍ବାମୀ ଓ ପୁଅଙ୍କ ଜୀବନ ରକ୍ଷା ପାଇଁ କନକଲତା ଏଭଳି ତ୍ୟାଗ ଓ ପରିଶ୍ରମ କରିଚାଲିଥିଲେ ବି ପ୍ରଶାସନଠାରୁ ତାଙ୍କୁ କୌଣସି ସହାୟତା ମିଳୁ ନାହିଁ। ଗରିବ ଲୋକଙ୍କ ପାଇଁ କୋଠାଘର, ଚିକିତ୍ସା ସେବା ସୁବିଧା କନକଲତାଙ୍କ ପରିବାର ପାଇଁ ସାତସପନ ପାଲଟିଛି। ଭଦ୍ରକ ପୌରାଞ୍ଚଳ ୧ ନମ୍ବର ୱାର୍ଡ ଅଧୀନ ଓକାଳ ଗଁାର କନକଲତାଙ୍କ ଭଙ୍ଗା କୁଡ଼ିଆ ଘରର କାରୁଣ୍ୟ ଦାରିଦ୍ର୍ୟ ଦୂରୀକରଣ ଯୋଜନାର ଏକ ଭିନ୍ନ ଚିତ୍ର ବହନ କରୁଛି।
ଲୁହଭିଜା ଆଖିରେ କନକଲତା କହିଛନ୍ତି, ତାଙ୍କ ସ୍ବାମୀ ଦେବେନ୍ଦ୍ର ବେହେରା ପୂର୍ବରୁ ଖଡ଼ଗପୁରରେ ମସଲା ବିକି ପରିବାର ଚଳାଉଥିଲେ। ୨୦୧୦ରେ ଅସୁସ୍ଥ ହୋଇପଡ଼ିଲେ। ବିଭିନ୍ନ ସ୍ଥାନରେ ଚିକିତ୍ସା ପରେ ତାଙ୍କୁ ଟିବି ହୋଇଥିବା ଜଣାପଡ଼ିଥିଲା। ଅର୍ଥାଭାବରୁ ଠିକ୍‌ ଭାବେ ଚିକିତ୍ସା କରାଯାଇ ନ ପାରିବାରୁ ତାଙ୍କ କିଡ୍‌ନୀ ନଷ୍ଟ ହୋଇଗଲା। ସେବେଠାରୁ ଘର ପିଣ୍ଡାରେ ବସି ଦେବେନ୍ଦ୍ର ଦିନ କାଟୁଛନ୍ତି। ତାଙ୍କର ଗୋଟିଏ ବୋଲି ପୁଅ ପରମେଶ୍ୱର। ବାପାଙ୍କ ଚିନ୍ତାରେ ସେ ମାନସିକ ରୋଗୀ ପାଲଟି ଯାଇଛନ୍ତି। କନକଲତାଙ୍କ ପରିବାର ଉପରେ ରୋଗର ଦାଉ ଦୁଃଖର ପାହାଡ଼ ହୋଇ ଲଦି ପଡ଼ିଛି। ପରିସ୍ଥିତି ପାଖରେ ହାର୍‌ ନ ମାନି କନକଲତା ସଂଘର୍ଷ ଜାରି ରଖିଛନ୍ତି। ସବୁବେଳେ ଆର୍ଥତ୍କ ଦୁରବସ୍ଥା ତାଙ୍କ ଚିନ୍ତା ବଢ଼ାଇ ଚାଲିଛି। ଅର୍ଥାଭାବରୁ ଘର ଛପର ପକାଇ ପାରୁନାହାନ୍ତି। ସରକାରଙ୍କ ସହରାଞ୍ଚଳ ଆବାସ ଯୋଜନାରେ ଘର ପାଇବାକୁ ଆବେଦନ କରି ଦୀର୍ଘଦିନ ଧରି ଅପେକ୍ଷାରେ ଦିନ ବିତାଉଛନ୍ତି। ତାଙ୍କ ସ୍ବାମୀ ଓ ପୁଅଙ୍କୁ ମିଳୁଛି ୫ ଶହ ଲେଖାଏ ଦିବ୍ୟାଙ୍ଗ ଭତ୍ତା। କିନ୍ତୁ ଚିକିତ୍ସା ପାଇଁ କୌଣସି ସହାୟତା ମିଳିନାହିଁ। ମାସକୁ ଥରେ ଦେବେନ୍ଦ୍ର କଟକ ଯାଇ ଡାକ୍ତରଙ୍କ ପାଖରେ ସ୍ବାସ୍ଥ୍ୟ ପରୀକ୍ଷା କରି ଫେରୁଛନ୍ତି। ଏଥିପାଇଁ ୫ ଶହ ଟଙ୍କା ଖର୍ଚ୍ଚ ହେଉଛି। ଔଷଧ ଖର୍ଚ୍ଚ ଅଲଗା। ଉଭୟ ସ୍ବାମୀ ଓ ପୁଅ କନକଲତାଙ୍କ ଭରସାରେ ବଞ୍ଚି ରହିଛନ୍ତି। ସ୍ଥାନୀୟ ଲୋକଙ୍କ ସାହାଯ୍ୟ ଏହି ପରିବାର ପାଇଁ ସାହାରା ପାଲଟିଛି। ଜଣେ ସ୍ଥାନୀୟ ଡାକ୍ତର ଏବେ ଦେବେନ୍ଦ୍ରଙ୍କ ଚିକିତ୍ସା କରିବାକୁ ସହାୟତାର ହାତ ବଢାଇଛନ୍ତି। ଏ ସମ୍ପର୍କରେ ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କୁ ପଚାରିବାରୁ କନକଲତାଙ୍କ ପରିବାର ଆବେଦନ କଲେ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri