Categories: ଖେଳ

ହାଲେ ଓପନ ଫାଇନାଲରେ ଫେଡରର

ହାଲେ ଓ୍ବେଷ୍ଟଫଲେନ(ଜର୍ମାନୀ),୨୩ା୬(ଏଏଫ୍‌ପି): କିମ୍ବଦନ୍ତୀ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ରୋଜର ଫେଡରର ଏଠାରେ ଚାଲିଥିବା ହାଲେ ଓପନ ଏଟିପି ଫାଇନାଲରେ ପ୍ରବେଶ କରିଛନ୍ତି। ସେ ସେମିଫାଇନାଲରେ ପିଏରେ ହୁଗୁସ ହବର୍ଟଙ୍କୁ ୬-୩, ୬-୩ ସେଟ୍‌ରେ ହରାଇ ଦେଇଛନ୍ତି। ଏହି ବିଜୟ ସହ ସେ କ୍ୟାରିୟରର ୧୩ତମ ଥର ପାଇଁ ହାଲେ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ସଫଳତା ପରେ ସେ କହିଛନ୍ତି, ଏହା ମୋ ପାଇଁ ସ୍ବତନ୍ତ୍ର। ଚଳିତ ବର୍ଷ ଆଉ ଏକ ସୁଯୋଗ ପାଇଥିବାରୁ ଅତ୍ୟନ୍ତ ଖୁସି। ୩୭ ବର୍ଷୀୟ ସୁଇଜରଲାଣ୍ଡ ଖେଳାଳି ଟାଇଟଲ ମୁକାବିଲାରେ ଡେଭିଡ ଗଫିନଙ୍କ ସହ ଲଢ଼େଇ କରିବେ। ଟୁର୍ନାମେଣ୍ଟର ଦ୍ୱିତୀୟ ସେମିଫାଇନାଲରେ ବେଲଜିୟମର ଗଫିନ ଇଟାଲିର ଉଦୀୟମାନ ମାଟ୍ଟେଓ ବରେଟ୍ଟିନିଙ୍କୁ ପରାସ୍ତ କରିଛନ୍ତି। ଫେଡରର ଓ ଗଫିନଙ୍କ ମଧ୍ୟରେ ପୂୂର୍ବରୁ ୮ ଥର ମୁକାବିଲା ହୋଇସାରିଛି। ଫେଡରର ୭ଟିରେ ବିଜୟ ହାସଲ କରିଥିବାବେଳେ ଗଫିନ ମାତ୍ର ଥରେ ବିଜୟ ସ୍ବାଦ ଚାଖି ପାରିଛନ୍ତି।

Share