Categories: ଜାତୀୟ

ହିଂସା ଉସୁକାଇବା ଅଭିଯୋଗରେ କଂଗ୍ରେସର ପୂର୍ବତନ ମ୍ୟୁନିସିପାଲ କାଉନ୍‌ସିଲର ଗିରଫ

ନୂଆଦିଲ୍ଲୀ,୨୯।୨: ଉତ୍ତର-ପୂର୍ବ ଦିଲ୍ଲୀରେ ଗତ କିଛି ଦିନ ହେଲା ସାମ୍ପ୍ରଦାୟିକ ହିଂସା ପରେ ଏବେ ସ୍ଥିତି ସୁଧୁରିବାରେ ଲାଗିଛି। ସହରରେ ଦୋକାନ ବଜାର ଖୋଲିଥିବା ବେଳେ ଲୋକମାନେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ ଶନିବାର କଂଗ୍ରେସର ପୂର୍ବତନ ମ୍ୟୁନିସିପାଲ କାଉନ୍‌ସିଲର ଇଶରତ ଜହାଁଙ୍କୁ ହିଂସା ଉସୁକାଇଥିବା ଅଭିଯୋଗରେ ପୋଲିସ ଗିରଫ କରିଛି। ଗତ ସୋମବାର ଓ ମଙ୍ଗଳବାର ଜଗତପୁରୀରେ ଅଞ୍ଚଳରେ ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ଇଶରତ ସାମିଲ ଥିବା ଅଗିଯୋଗ ହୋଇଛି। ତାଙ୍କ ନାଁରେ ପୋଲିସ ଏକ ମାମଲା ରୁଜୁ କରି ଇଶରତଙ୍କୁ କୋର୍ଟରେ ହାଜର କରିଥିଲେ। ଏହି ମାମଲାରେ କୋର୍ଟ ଶୁଣାଣି କରି ଜାମିନ ଖାରଜ କରିବା ସହ ତାଙ୍କୁ ୧୪ଦିନ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୫୦ ଦିନ ହେଲା ଇଶରତ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନ କରିଆସୁଥିଲେ।

Share