Categories: ଜାତୀୟ

ହିଂସା ଯୋଗୁ ପରୀକ୍ଷା ଦେଇ ପାରି ନ ଥିବା ଛାତ୍ରୀଛାତ୍ର ମାର୍ଚ୍ଚ ୭ ପର୍ଯ୍ୟନ୍ତ ଦେବେ ପରୀକ୍ଷା: ସିବିଏସ୍‌ଇ

ନୂଆଦିଲ୍ଲୀ,୧।୩: ଦିଲ୍ଲୀରେ ଘଟିଥିବା ହିଂସା ଯୋଗୁ ପରୀକ୍ଷା ଦେଇପାରି ନ ଥିବା ଛାତ୍ରୀଛାତ୍ର ମାର୍ଚ୍ଚ ୭ ପର୍ଯ୍ୟନ୍ତ ପରୀକ୍ଷା ଦେଇପାରିବେ ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ସିବିଏସ୍‌ ପକ୍ଷରୁ ହିଂସାକାଣ୍ଡ ଘଟିଥିବା ସ୍କୁଲର ଅଧ୍ୟକ୍ଷଙ୍କୁ ପରୀକ୍ଷା ଦେଇ ପାରି ନ ଥିବା ଛାତ୍ରୀଛାତ୍ରଙ୍କ ତାଲିକା ଦେବାକୁ ଅନୁରୋଧ କରାଯାଇଛି। ହିଂସାକାଣ୍ଡ ଘଟିଥିବା ଅଞ୍ଚଳରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର ମାର୍ଚ୍ଚ ୨ ଠାରୁ ପରୀକ୍ଷା ଦେଇପାରିବେ ବୋଲି ସିବିଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି।

Share