‘ହିଂସା’ ସମସ୍ୟାର ସମାଧାନ ନୁହେଁ: ରଜନୀକାନ୍ତ

ନୂଆଦିଲ୍ଲୀ,୨୦।୧୨: ଦେଶର ଅଧିକାଂଶ ଭାଗରେ ଏବେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ହିଂସାର ବାତାବରଣ ସୃଷ୍ଟି ହୋଇଛି। ଗୁରୁବାର ବିଭିନ୍ନ ରାଜ୍ୟରେ ସିଏଏକୁ ବିରୋଧ କରାଯାଇଥିବା ବେଳେ ଅନେକ ସ୍ଥାନରେ ୧୪୪ ଧାରା ଜାରି କରାଯାଇଥିଲା। ପୋଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ପରିସ୍ଥିତି ମଧ୍ୟ ଉପୁଜିଥିଲା। ଏହାକୁ ଦେଖି ଶୁକ୍ରବାର ଅଭିନେତାରୁ ରାଜନେତା ସାଜିଥିବା ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ କହିଛନ୍ତି, ସବୁ ସମସ୍ୟାର ସମାଧାନ ହିଂସା ନୁହେଁ। ସେ ଟୁଇଟ୍‌ର ହ୍ୟାଣ୍ଡେଲରେ ଏହା ଉଲ୍ଲେଖ କରିଛନ୍ତି। ଲୋକଙ୍କର ଦେଶ ପାଇଁ ଭଲ ପାଇବା ରହିବା ଦରକାର, ଭଲ ଚିନ୍ତା କରିବା ଆବଶ୍ୟକ ଓ ନିଜ ଭିତରେ ଏକତା ରହିବା ଆବଶ୍ୟକ ବୋଲି ରଜନୀକାନ୍ତ କହିଛନ୍ତି। ହେଲେ ବର୍ତ୍ତମାନ ଦେଶରେ ସୃଷ୍ଟି ହୋଇଥିବା ହିଂସା ପରିସ୍ଥିତି ତାଙ୍କୁ ବହୁ କଷ୍ଟ ଦେଉଛି ବୋଲି ସେ ଉଲ୍ଲେଖ କରିଛନ୍ତି। ହେଲେ ସିଏଏ ଓ ଏନ୍‌ଆର୍‌ସିକୁ ବିରୋଧ କରୁଛନ୍ତି କି ସହଯୋଗ କରୁଛନ୍ତି ତାହା ସେ ସ୍ପଷ୍ଟ କରି ନାହାନ୍ତି।

Share