Categories: ଜାତୀୟ

ହିଂସା ସୃଷ୍ଟି ନ କରିବାକୁ ଅନୁରୋଧ କଲେ ମମତା

କୋଲକାତା,୧୪।୧୨: ନାଗରିକ ସଂଶୋଧନ ବିଲ୍‌କୁ ନେଇ ପୂର୍ବ ଭାରତ ଏକ ପ୍ରକାର ଜଳୁଛି କହିଲେ ଭୁଲ୍‌ ହେବ ନାହିଁ। ଦେଶର ଅଧିକାଂଶ ଭାଗରେ ଏହାକୁ ବିରୋଧ କରାଯାଉଛି। ହେଲେ ଏହାକୁ ନେଇ କୌଣସି ହିଂସା ସୃଷ୍ଟି ନ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି। ତେବେ ନାଗରିକ ସଂଶୋଧନ ଆଇନ ଓ ନ୍ୟାସନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି) ପଶ୍ଚିମବଙ୍ଗରେ ଲାଗୁ ହେବନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ଏହାକୁ ନେଇ ରାସ୍ତା ଜାମ୍‌ କରନ୍ତୁ ନାହିଁ କିମ୍ବା ଆଇନକୁ ହାତକୁ ନିଅନ୍ତୁ ନାହିଁ ବୋଲି ସେ ଶନିବାର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଏନ୍‌ଆର୍‌ସିକୁ ବିରୋଧ କରାଯାଉଥିବା ବେଳେ ଏହା ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ ବୋଲି ମମତା ସ୍ପଷ୍ଟ କରିଥିଲେ।

Share