ହିଙ୍ଗୁଳା ଲୋକ ମହୋତ୍ସବର ୭ମ ସନ୍ଧ୍ୟା: ଗୋଟିପୁଅ ନୃତ୍ୟରେ ଝୁମିଲେ ଦର୍ଶକ

ତାଳଚେର,୨୬।୪(ନି.ପ୍ର)- ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠରେ  ଚାଲିଥିବା ୧୭ତମ ଲୋକମହୋତ୍ସବର ୭ମ ସା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ତାଳଚେର ଆରକ୍ଷୀ ଅଧୀକ୍ଷକ ସନ୍ତୋଷ କୁମାର ମିଶ୍ର, ସମ୍ମାନିତ ଅତିଥି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ହେମନ୍ତ କୁମାର ପଣ୍ଡା, ଚାଇଁପାଳସ୍ଥିତ ସେସୁର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ନିହାର ରଞ୍ଜନ ପାଣିଗ୍ରାହୀ, ସେସୁର ଏସ୍‌ଡିଓ ମନୋଜ କୁମାର ପାଣି, ତାଳଚେର ଅଗ୍ନିଶମ ଅଧିକାରୀ ତାରାଚାନ୍ଦ ମାଝି ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ  ଗୁରୁ ଶଙ୍କର ବାଇଙ୍କ ନିର୍ଦ୍ଦେଶନାରେ ତାଳଚେରର ନୃତ୍ୟ ଅନୁଷ୍ଠାନ ଶଙ୍କର ନୃତ୍ୟାୟନ,  ଅନୀତା ରାଜଗୁରୁଙ୍କ ନିର୍ଦ୍ଦେଶନାରେ ଡଅଁରାର କଳା ବିକାଶ କେନ୍ଦ୍ର, ଗୁରୁ କହ୍ନେୟା ସିଂଙ୍କ ନିର୍ଦ୍ଦେଶନାରେ ଦି କାର୍ନିଭାଲ ଗ୍ରୁପ,  ଗୁରୁ ବିବେକ ମହାନ୍ତିଙ୍କ ନିର୍ଦ୍ଦେଶନାରେ ପୁରୀର ଚାରୁ ନର୍ତ୍ତନ ଡ୍ୟାନ୍ସ ଏକାଡେମୀର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ଗୁରୁ ରାଜେଶ ରାୟଙ୍କ ଦିଗଦର୍ଶନରେ ପୁରୀର ଗୋଟିପୁଅ ନୃତ୍ୟ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା। ଏହି ଅବସରରେ ସମସ୍ତ ନୃତ୍ୟାନୁଷ୍ଠାନର ଗୁରୁ ଓ କଳାକାର, ଗଡ଼ସନ୍ତ୍ରୀ ବାଦିଦଣ୍ଡ ଦଳର ମ୍ୟାନେଜର ସୁଜିତ୍‌ ମାଝି,  ଲକେଇପଶି ବାଦିଦଣ୍ଡ ଦଳର ମ୍ୟାନେଜର ବିଜୟ କୁମାର ବେହେରା, ଓଡ଼ିଶାର ସୁନାମଧନ୍ୟ ଗାୟକ ପ୍ରଫେସର  ସୁକାନ୍ତ କୁଣ୍ଡୁଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିଲା। ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share