Categories: ଜାତୀୟ

ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ରେ ଭର୍ତ୍ତି ପାଇଁ ନୂଆ ସର୍ତ୍ତ: ପ୍ରଥମେ ଭାରତୀୟ ସେନା ଉପରେ କରିବାକୁ ହେବ ଆକ୍ରମଣ

ଶ୍ରୀନଗର,୨୦।୬: ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ରେ ଭର୍ତ୍ତି ପାଇଁ ନୂଆ ସର୍ତ୍ତ ରଖାଯାଇଛି। ଆତଙ୍କବାଦୀ ସଂଗଠନରେ ଯୋଗଦେବା ଲାଗି ଆବେଦନକାରୀଙ୍କ ଆଗ୍ରହ ପ୍ରଥମେ ପ୍ରମାଣ କରିବାକୁ ହେବ। ଏଥି ସକାଶେ ପ୍ରଥମେ ଭାରତୀୟ ସେନା ଉପରେ ଆକ୍ରମଣ କରିବାକୁ ପଡ଼ିବ। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ସଂଗଠନରେ ସିଧାସଳଖ ଭର୍ତ୍ତି କରାଯାଉଥିବାବେଳେ ଏବେ ଏଭଳି ନ ହୋଇ ଯୋଗ୍ୟତା ପ୍ରମାଣ ଦେବାକୁ ସର୍ତ୍ତ ରଖାଯାଇଥିବା କୁହାଯାଉଛି। ୨୦୧୫ରେ ୬୬ ଜଣ ଭାରତୀୟ ଯୁବକ ବିଭିନ୍ନ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବାବେଳେ ୨୦୧୬ରେ ୮୮ ଜଣ ଏପରି କରିଥିଲେ। ସେହିପରି ୨୦୧୭ରେ ୧୨୮ ଜଣ ଆତଙ୍କବାଦୀ ସଂଗଠନରେ ସାମିଲ୍‌ ହୋଇଥିବାବେଳେ ୨୦୧୮ରେ ୧୦୦ଜଣ ଆତଙ୍କବାଦୀ ସଂଗଠନରେ ସାମିଲ୍‌ ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି।

Share