ହିଞ୍ଜିଳିକାଟୁରେ ଟଣାହେଲା ରଥ

ହିଞ୍ଜିଳିକାଟୁ,୪ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଲକର ବିଭିନ୍ନ ସ୍ଥାନରେ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ରଥଟଣା ଯାଇଛି। ହୁଳହୁଳି, ଶଙ୍ଖଧ୍ୱନି, ହରିବୋଲ ଶବ୍ଦରେ ସହର ପ୍ରକମ୍ପିତ ହୋଇ ଉଠିଥିଲା। ହିଞ୍ଜିଳିକାଟୁ ରାଜବାଟୀ ନୃସିଂହ ମନ୍ଦିରରେ ପୂଜିତ ଦଧିବାମନ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ କାଟୁ ରାଜା ଲଲାଟେନ୍ଦୁ ଭଞ୍ଜଦେଓ ଛେରାପହଁରା କରି ରଥ ମାର୍ଜନା କରିଥିଲେ। ସେହିପରି ବଇଁଚବଣିଆ ଜଗନ୍ନାଥ ମନ୍ଦିରରେ ସେବାଧିପତି ଲିଙ୍ଗରାଜ ସାହୁ ଛେରାପହଁରା କରି ରଥଯାତ୍ରା ଶୁଭାରମ୍ଭ କରିଥିଲେ। ପୌରାଞ୍ଚଳର ଜଗବନ୍ଧୁ ପାଟଣା ସାହି ନୃସିଂହ ମନ୍ଦିରର ଦଧିବାମନ ଜଗନ୍ନାଥ, ବ୍ଲକର ବୁରୁପୋଡ଼ା,ସାରୁ ଓ କଞ୍ଚୁରୁଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳିକାଟୁ ବଇଁଚବଣିଆ ମନ୍ଦିର ରଥଯାତ୍ରାରେ ଶହଶହ ଶ୍ରଦ୍ଧାଳୁ ଭକ୍ତ ଓ ଯୁବ ସମାଜ ଉତ୍ସାହର ସହ ରଥକୁ ଅପରାହ୍ନରେ ଟାଣିଥିଲେ। ସନ୍ଧ୍ୟାରେ ହାଟପଦାସ୍ଥିତ ଅସ୍ଥାୟୀ ମାଉସୀମା ମନ୍ଦିରରେ ରଥ ପହଞ୍ଚିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଓକିଲ ସଂଘ ନିର୍ବାଚନ: ମନୋଜ ସଭାପତି, ଭେଙ୍କଟ ସମ୍ପାଦକ

ବ୍ରହ୍ମପୁର, ୨୯।୩ : ଗଞ୍ଜାମ ଓକିଲ ସଂଘର ନିର୍ବାଚନ ୨୦୨୫-୨୬ ପାଇଁ ଶନିବାର ଭୋଟ ଗ୍ରହଣ ହୋଇଛି। ସଭାପତି ଭାବେ ବରିଷ୍ଠ ଆଇନଜୀବୀ ମନୋଜ ପଟ୍ଟନାୟକ...

ଛତ୍ରପୁର ଓକିଲ ସଂଘ: ପ୍ରଦୀପ ଷଷ୍ଠ ଥର ପାଇଁ ସଭାପତି ନିର୍ବାଚିତ

ଛତ୍ରପୁର,୨୯ା୩(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ସଙ୍ଘର ସଭାପତି ଭାବେ ଷଷ୍ଠ ଥର...

ଖେମୁଣ୍ଡିି ଓକିଲ ସଂଘ ନିର୍ବାଚନ: ପ୍ରଦୀପ ସମ୍ପାଦକ ଭାବେ ନିର୍ବାଚିତ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କେବଳ ସମ୍ପାଦକ ପଦବୀ ପାଇଁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶନିବାର ଶାନ୍ତିଶୃଙ୍ଖଳାର ସହ ମତଦାନ...

ଭଞ୍ଜନଗର ବାର ଆସୋସିଏଶନ ନିର୍ବାଚନ: ଲକ୍ଷ୍ମୀକାନ୍ତ ସଭାପତି, ଜ୍ୟୋତିରାଜ ସମ୍ପାଦକ

ଭଞ୍ଜନଗର,୨୯।୩(ବାବୁଲା ପ୍ରଧାନ): ଭଞ୍ଜନଗର ବାର ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି । ସକାଳ ସାଢ଼େ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା। ଏଥିରେ...

ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ: କୃଷ୍ଣଚନ୍ଦ୍ର ସଭାପତି, ରବିନ୍ଦ୍ର ସମ୍ପାଦକ

ପୁରୁଷୋତ୍ତମପୁର,୨୯।୩ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ରୂପେ କୃଷ୍ଣଚନ୍ଦ୍ର ଗୌଡ ତାଙ୍କ...

ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସାବେଳେ ଅବହେଳା ଅଭିଯୋଗ: ରକ୍ତ ନେବାବେଳେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

ଭଞ୍ଜନଗର,୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ ଶନିବାର ସକାଳୁ ସକାଳୁ ଜଣେ ଗର୍ଭବତୀ ମହିଳା ଚିକିତ୍ସା ଅବହେଳାରୁ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି।...

ପିସିସି ସଭାପତିଙ୍କ ତାରାତାରିଣୀ ଦର୍ଶନ: ରାଜ୍ୟରେ ମହିଳାଙ୍କ ସୁରକ୍ଷା ଲାଗି କଲେ କାମନା

ପୁରୁଷୋତ୍ତମପୁର,୨୯।୩(ସିମାଞ୍ଚଳ ମିଶ୍ର):ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ତାରାତାରିଣୀଙ୍କୁ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତଚରଣ ଦାସ ଦର୍ଶନ କରିଛନ୍ତି। ସେଠାରେ ପୂଜାର୍ଚ୍ଚନା କରି...

ଏଆଇସିସି ମୁଖପାତ୍ର, ପିସିସି ସଭାପତିଙ୍କୁ ସମ୍ବର୍ଦ୍ଧନା

ଛତ୍ରପୁର,୨୯।୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲ ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଛତ୍ରପୁର କଂଗ୍ରେସ କର୍ମୀମାନଙ୍କ ଦ୍ୱାରା ଜାତୀୟ ରାଜପଥ ଡିଆରଡିଏ ଛକଠାରେ ଏଆଇସିସି ମୁଖପାତ୍ର ପବନ ଖେରା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image