ହିଞ୍ଜିଳିକାଟୁ କଲେଜରେ ୨ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

ହିଞ୍ଜିଳିକାଟୁ,୨୯ା୮(ଡ଼ି.ଏନ୍‌.ଏ): ହିଞ୍ଜିଳିକାଟୁ କଲେଜରେ ବୁଧବାର ଜୁନିୟର ଛାତ୍ରୀଛାତ୍ରଙ୍କୁ ସ୍ବାଗତ ପାଇଁ ପ୍ରସ୍ତୁତି ବେଳେ କାୈଣସି କଥାକୁ ନେଇ ୨ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ଉଭୟ ଗୋଷ୍ଠୀ ହାତାହାତି ହୋଇଥିଲେ। ଘଟଣା ପରେ ଗୋଟିଏ ଗୋଷ୍ଠୀ ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ ହୋଇଛି। ଅନ୍ୟ ପକ୍ଷରେ ଅନ୍ୟ ଏକ ଗୋଷ୍ଠୀ ହିଞ୍ଜିଳି ଥାନାରେ ଗୁରୁବାର ଘଟଣା ନେଇ ମାୈଖିକ ଅଭିଯୋଗ କରିଛନ୍ତି। କଲେଜ ଅଧ୍ୟକ୍ଷ ସି.ଏଚ. ଚନ୍ଦ୍ରଶେକର ପୃଷ୍ଟି ଶୁକ୍ରବାର କଲେଜ ଶୃଙ୍ଖଳା କମିଟି ଡ଼କାଇ ଘଟଣାର ଆଲୋଚନା କରାଯିବ ବୋଲି କହିଛନ୍ତି। କିଛି ଅଣ ଛାତ୍ର ଓ ପୂର୍ବତନ ଛାତ୍ର କଲେଜ କ୍ୟାମ୍ପସରେ ପଶି ବିଶୃଙ୍ଖଳାକୁ ଉସୁକାଉଥିବା ଓ ଛାତ୍ର ମାନଙ୍କୁ ଧମକ ଦେଉଥିବା ଅଭିଯୋଗ ହେଉଛି।