ହିଞ୍ଜିଳିରେ ନବୀନଙ୍କ ଦମ୍‌ଦାର ବିଜୟ

ହିଞ୍ଜିଳିକାଟୁ,୨୩।୫(ଡି.ଏନ୍‌.ଏ.): ୨୦୧୯ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଲଗାତାର ପଞ୍ଚମ ଥର ପାଇଁ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ବିଧାନସଭାରୁ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଭାଜପା ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ଠାରୁ ୬୦ହଜାରରୁ ଉର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଏନେଇ ବିଜେଡି ଅଞ୍ଚଳର ବିଜେଡି ମହଲରେ ଖୁସିର ଲହରି ଖେଳିଯାଇଛି।

Share