Advertisement

ହିଞ୍ଜିଳି ଥାନା ଅଞ୍ଚଳରେ ବଢ଼ୁଛି ଚୋରି

ହିଞ୍ଜିଳିକାଟୁ, ୪ା୬(ଡ଼ି.ଏନ୍‌.ଏ.) : ହିଞ୍ଜିଳି ଥାନା ଅଞ୍ଚଳରେ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ସପ୍ତାହକ ମଧ୍ୟରେ ଏକାଧିକ ଚୋରି ହୋଇଥିଲେ ମଧ୍ୟ ଦୁର୍ବୃତ୍ତଙ୍କୁ କାବୁ କରିବାରେ ପୋଲିସ ସଫଳ ହୋଇପାରୁନାହିଁ। ସୋମବାର ରାତିରେ ଆର୍‌ଏମ୍‌ସି ପରିସରରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ରହୁଥିବା କୃଷି ବିଭାଗର ଅଫିସ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଗ୍ୟାସ ସିଲିଣ୍ଡର, ୧୨ ହଜାର ଟଙ୍କା, ମୋବାଇଲ ଫୋନ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି। ଆମ୍ବୁଲାନ୍ସ କର୍ମଚାରୀମାନେ ବ୍ରହ୍ମପୁର ବଡ଼ ମେଡିିକାଲରେ ରୋଗୀଙ୍କୁ ଛାଡି ଫେରିବା ପରେ ରାତି ପ୍ରାୟ ୧୦ଟାରେ ଚୋରି ସମ୍ପର୍କରେ ଜାଣିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେହିପରି ରବିବାର ରାତିରେ ସୋମପୁର ଗ୍ରାମରୁ ସୁରେନ୍ଦ୍ର ଗୌଡ଼ଙ୍କ ୫ଟି ମେଣ୍ଢା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଘରୁ ଚୋରି ଘଟଣାରେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଉପରେ ପୋଲିସ ସନ୍ଦେହ କରୁଛି। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ତନାଘନା ଚାଲିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel