ହିତାଧିକାରୀଙ୍କୁ ଅନୁଦାନ ମିଳିବାରେ ବିଳମ୍ବ: ଅସନ୍ତୋଷ ପ୍ରକାଶ କଲେ ହାଟଡ଼ିହୀ ବିଡିଓ

ହାଟଡିହୀ,୨୯।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଓରାଳୀ ପଞ୍ଚାୟତରେ ପାଇଖାନା ନିର୍ମାଣ କରିସାରିବା ପରେ ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ଧାର୍ଯ୍ୟ ଅନୁଦାନ ପ୍ରଦାନ କରିବାରେ ବିଳମ୍ବ ଘଟୁଥିବାରୁ ବିଡିଓ ସୁଶାନ୍ତ କୁମାର ବାରିକଙ୍କ ନିକଟରେ ଅଭିଯୋଗ ହୋଇଛି । ସମ୍ପୃକ୍ତ ବିଭାଗୀୟ କର୍ମଚାରୀମାନେ ହିତାଧିକାରୀଙ୍କୁ ଅନୁଦାନ ପ୍ରଦାନ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରୁଥିବାରୁ ଏହା ମିଳିବାରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି । ହିତାଧିକାରୀଙ୍କ ଅଭିଯୋଗକୁ ବିଡ଼ିଓ ବାରିକ ଗୁରୁତର ସହ ନେଇ ସେମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳିବ ବୋଲି ପ୍ରତଶ୍ରୁତି ଦେଇଛନ୍ତି। ଅବଶ୍ୟକ କର୍ମଚାରୀ ଅଭାବରୁ ଅନୁଦାନ ପ୍ରଦାନରେ ବିଳମ୍ବ ଘଟୁଥିବା ଏବଂ ହିତାଧିକାରୀମାନେ ସଠିକ୍‌ ସମୟରେ ଅନୁଦାନ ପାଉ ନ ଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୋଧରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।