Advertisement

ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନ

ଆନନ୍ଦପୁର,୨୭।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ଘସିପୁରା ବ୍ଲକ ୧୨ନଂ. ଜୋନ୍‌ର ୮ଟି ପଞ୍ଚାୟତର ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ରାମଚନ୍ଦ୍ରପୁର, ଅଳତୀ, ଗଡ଼ବାନ୍ଧଗୋଡ଼ା, ପୁରୁଣାବାନ୍ଧଗୋଡ଼ା, ଗଁପୁର, ତରୁଆଁ, ଶାଳଦେଇ, ବାତୋ ପ୍ରଭୃତି ପଞ୍ଚାୟତର ୯୮୩ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ କାର୍ଯ୍ୟାଦେଶ ପାଇଁ ସ୍ଥିର କରାଯାଇଛି। ସେଥିମଧ୍ୟରୁ ଅନଲାଇନ୍‌ରେ ପଞ୍ଜିକରଣ ହୋଇଥିବା ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଶନିବାର ତରୁଆ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ପଦନା ଛକ ହାଟପିଣ୍ଡିରେ ଏହି କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଘସିପୁରା ବିଡିଓ ଡ.ମଧୁସ୍ମିତା ସାମନ୍ତରାୟଙ୍କ ସଂଯୋଜନାରେ ବିଧାୟକ ବଦ୍ରିନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ରବୀନ୍ଦ୍ର କୁମାର ନାୟକ, ବ୍ଲକ ପ୍ରୋଜେକ୍ଟ କୋଅଡିନେଟର ଗୁରୁପଦ ପାଲ, ପିଇଓ ମୁରଲୀଧର ସ୍ବାଇଁ, ମନରେଗା ସହାୟକ ସୁରେଶ ସାହୁଙ୍କ ସମେତ ସମସ୍ତ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସାମିଲ ଥିଲେ। ରାମଚନ୍ଦ୍ରପୁର ପୂର୍ବତନ ସରପଞ୍ଚ ମଦନମୋହନ ସାହୁ, ପ୍ରଭାତ ବରାଳ, ସୁଶାନ୍ତ ବିଶ୍ୱାଳ, ସରପଞ୍ଚ ଆରତି ବେହେରା, କାହ୍ନୁଚରଣ ନାୟକ, ପଦ୍ମନାଭ ଦାସ, ବଳରାମ ବେହେରା, ପ୍ରଦୀପ ଧୀର, ଶାଳଦେଇ ସମିତିସଭ୍ୟ ସ୍ମୃତିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share