ହିତାଧିକାରୀଙ୍କୁ ମିଳିଲା ୪ ମାସର ଭତ୍ତା

ଭଞ୍ଜନଗର,୨୭।୩(ଡି.ଏନ.ଏ)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲୋକେ ଘରୁ ନ ବାହାରିବାକୁ କୁହାଯାଇଛି। ଲୋକଙ୍କ ପାଖରେ ରାଶନ, ପନିପରିବା, ଫଳ, କ୍ଷୀର, ଔଷଧ ଏବଂ ଭତ୍ତା ଯେଭଳି ପହଞ୍ଚିପାରିବ ସେ ନେଇ ଭଞ୍ଜନଗର ଏନଏସି ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏନଏସି କର୍ମଚାରୀ ଶୁକ୍ରବାର ହିତାଧିକାରୀଙ୍କ ଘରକୁ ଯାଇ ୪ ମାସର ଅଗ୍ରୀମ ଭତ୍ତା ପ୍ରଦାନ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିସହ ଆହାର କେନ୍ଦ୍ରରୁ ଖାଦ୍ୟ ନେଇ ବିଭିନ୍ନ ସ୍ଥାନରେ ରହୁଥିବା ଗରିବ, ଭିକାରୀଙ୍କୁ ବଣ୍ଟନ କରୁଛନ୍ତି। ସେହିପରି ଏନଏସି କର୍ମଚାରୀ ବିଭିନ୍ନ ରାଶନ ଦୋକାନରେ ଚଢ଼ାଉ କରି ପଲିଥିନ ଓ ଗୁଟଖା ପ୍ୟାକେଟ ଜବତ କରିଛନ୍ତି । ଏ ବାବଦରେ ୨ ହଜାର ଟଙ୍କା ଜରିମାନା ପକାଯାଇଛି । ଲକ୍‌ଡାଉନ ନିୟମକୁ ଉଲ୍ଲଂଘନ କରିବା ଅଭିଯୋଗରେ ଏକାଧିକ ଲୋକଙ୍କୁ ଗିରଫ କରାଯାଇ ପରେ ବ୍ୟକ୍ତିଗତ ମୁଚାଲିକାରେ ପୋଲିସ ଛାଡ଼ିଥିବା ଜଣାପଡ଼ିଛି।

Share