କାକଟପୁର,୫।୪(ଡି.ଏନ.ଏ)- କାକଟପୁର ବ୍ଲକ ଅଧୀନସ୍ଥ କାକଟପୁର ପଞ୍ଚାୟତର ନଂ୧, ୨, ୩, ୪, ୫, ୬, ୧୨, ୧୩ ଆଦିି ଓାର୍ଡରେ ୩ ମାସର ଅଗ୍ରୀମ ରାଶନ ସାମଗ୍ରୀ ସହ ପ୍ରତି କାର୍ଡ ପିଛା ହିତାଧିକାରୀମାନଙ୍କୁ ୧ ହଜାର ଟଙ୍କା ଲେଖାଁଏ ବଣ୍ଟନ କରାଯାଇଛି। ବ୍ଲକ ଯୋଗାଣ ନିରୀକ୍ଷକ ସୁଧାକର ମଲ୍ଲିକଙ୍କ ନେତୃତ୍ୱରେ ସରପଞ୍ଚ ସୌଦାମିନୀ ବରାଳ, ନୋଡାଲ ଅଫିସର ଶିକ୍ଷକ ପବିତ୍ର ସେଠୀ, ଅଙ୍ଗନବାଡି କର୍ମୀମାନଙ୍କ ଉପସ୍ଥିତିରେ ଡିଲର କୈଳାସ ସେନାପତି ଘର ଘର ବୁଲି ରାଶନ ସାମଗ୍ରୀ ଓ ଟଙ୍କା ବଣ୍ଟନ କରିଥିଲେ। ରାଶନ ସାମଗ୍ରୀ ସହ ଟଙ୍କା ନେବାକୁ ଆସୁଥିବା ହିତାଧିକାରୀଙ୍କ ହାତକୁ ହ୍ୟାଣ୍ଡଓ୍ବାଶ ଦ୍ୱାରା ଧୋଇବା ସହ ୧ ମିଟରରୁ ଅଧିକ ଦୂରରେ ରହି ଧାଡିରେ ହିତାଧିକାରୀମାନେ ରାଶନ ସାମଗ୍ରୀ ନେଇଥିଲେ। ଏଥିସହ ପଞ୍ଚାୟତର କେତେକ ସ୍ଥାନରେ କରୋନା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା।