ହିତେଶଙ୍କୁ ଶ୍ରେଷ୍ଠ ମ୍ୟୁଜିକାଲ ଚଳଚ୍ଚିତ୍ର ପୁରସ୍କାର

ଯାଜପୁରରୋଡ/ଯାଜପୁର ଅଫିସ,୯।୬: ଓରିଫାର୍ମିଂ ପକ୍ଷରୁ ଏପ୍ରିଲ ୨୮ରୁ ଜୁନ ୩ ପର୍ଯ୍ୟନ୍ତ ଅନ୍‌ଲାଇନରେ କୋଭିଡ-୧୯ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯାଜପୁର ରୋଡ୍‌ର ହିତେଶ କୁମାରଙ୍କୁ ଶ୍ରେଷ୍ଠ ମ୍ୟୁଜିକାଲ ପ୍ରାମାଣିକ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ହିତେଶଙ୍କ ଦ୍ୱାରା କୋଭିଡ୍‌ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇ ପ୍ରସ୍ତୁତ ହୋଇଥିବା ୭ ମିନିଟର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଏଥିରେ ଜରୁରିକାଳୀନ ଓ ଅତ୍ୟାବଶ୍ୟକ ସେବାରେ ବ୍ରତୀ ଥିବା କୋଭିଡ୍‌ ଯୋଦ୍ଧାମାନଙ୍କୁ ମୁଖ୍ୟ ଅଭିନେତା ଭାବେ ପ୍ରତିପାଦିତ କରାଯାଇଛି। ପ୍ରାନ୍ସର ମିସ୍‌ ମାରିଆନି ବରଗୋ, ଭାରତରୁ ଏମ୍‌. ମନିରାମ, ଆଫଗାନିସ୍ତାନରୁ କ୍ବାଗ୍ରାଥୁଲ୍ଲା ତାମ୍ଭି, କଙ୍ଗୋର ରିଚାର୍ଡ ବିଚାରକ ଭାବେ ରହିଥିଲେ। ପ୍ରତିଯୋଗିତାରେ ୨୪୦୦ ପ୍ରତିଯୋଗୀଙ୍କ ୮୦୦ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ସେଥିରୁ ଭାରତ ୨୦ଟି ପୁରସ୍କାର ପାଇଥିବାବେଳେ ଅନ୍ୟ ଦେଶଗୁଡ଼ିକ ୧୦ଟି ପୁରସ୍କାର ପାଇଛନ୍ତି। ଭାରତର ୨୦ ପୁରସ୍କାରରୁ ୧୦ଟି ଓଡ଼ିଶାର କଳାକାରମାନେ ଅକ୍ତିଆର କରିଛନ୍ତି।

Share