ହିନାଙ୍କୁ ଅଫ୍‌ଶାନା କହିଲେ ମୋଟି !

ବମ୍ବେ: ମୋଟି ହୋଇଗଲେଣି ଅଭିନେତ୍ରୀ ହିନା ଖାନ୍‌। ଏକଥା ଆମେ କହୁନାହୁଁ ବରଂ କହିଛନ୍ତି ଅଫସାନା ଖାନ୍‌। ବିଗ୍‌ ବସ୍‌ ଘରେ ପ୍ରତିଯୋଗୀ ଅଛନ୍ତି ଅଫ୍‌ଶାନା। ଶନିବାର ଦେଖାଯାଇଥିବା ଓ୍ବିକେଣ୍ଡ ବାର୍‌ ଏପିସୋଡରେ ହିନା ଅତିଥି ଭାବେ ପହଞ୍ଚିଥିଲେ। ତାଙ୍କୁ ଘରେ ଦେଖି ଅଫ୍‌ଶାନା ମୋଟି ବୋଲି କହିଥିଲେ। ସ୍କ୍ରିନ୍‌ରେ ବେଶ୍‌ ସ୍ଲିମ୍‌ ଏବଂ ଫିଟ୍‌ ଦେଖାଯାଇଥାନ୍ତି ସେ। ହେଲେ କାହିଁକି ମୋଟା ଲାଗୁଛନ୍ତି ବୋଲି ଅଫ୍‌ଶାନା ପଚାରିଥିଲେ ଅଫ୍‌ଶାନା। ଏହାର ହାଲକା ଜବାବ ଦେଇଥିଲେ ହିନା। ସେ ଅନ୍‌ସ୍କ୍ରିନରେ ହିଁ ସେଭଳି ଦେଖାଯାଆନ୍ତି ବୋଲି କହିଥିଲେ।

ତେବେ ଅଫ୍‌ଶାନା ଜଣେ ପଞ୍ଜାବୀ ଗାୟିକା। ସେ ଶୋ’ରେ ନିଜର ଆକ୍ରାମକ ସ୍ବଭାବକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ସେହିଭଳି ହିନା ‘ୟେ ରିସ୍ତା କ୍ୟା କହଲାତା ହୈ’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହାପରଠାରୁ ସେ ଘରେ ଘରେ ପରିଚିତ ହୋଇଥିଲେ। ନିକଟରେ ହିନା ନିଜ ବାପାଙ୍କୁ ହରାଇଛନ୍ତି। ଏହାକୁ ନେଇ ସେ ଶକ୍ତ ଆଘାତ ପାଇଥିଲେ। ପରେ ପରେ ହିନା କରୋନା ପଜିଟିଭ୍‌ ମଧ୍ୟ ଚିହ୍ନଟ ହୋଇଥିଲେ। ଏହାକୁ ନେଇ ତାଙ୍କର ଓଜନ ବଢ଼ିଯାଇଛି। ହେଲେ ଜୀବନର କଠିନ ସମୟରେ ଫିଟ୍‌ନେସ୍‌ ନୁହେଁ ବରଂ ମାନସିକ ସ୍ବାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇଥିବା ହିନା କହିଛନ୍ତି।

Share