ରାୟଗଡ଼ା ଅଫିସ, ୯।୧୦: ରାୟଗଡ଼ା ଜିଲା ଟିକିରି ଥାନା ଅନ୍ତର୍ଗତ ପାଞ୍ଚାଳୀ ଗ୍ରାମରେ ବିଭିନ୍ନ ହିନ୍ଦୁ ଦେବଦେବୀଙ୍କର ଫଟୋ ପୋଡିବା ସହ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରି ଜଣେ ଯୁବକ ଗିରଫ ହୋଇଥିଲେ । ଅଭିଯୁକ୍ତ ଏହି ଗ୍ରାମର କିଛି ଯୁବକଙ୍କୁ ନେଇ ହିନ୍ଦୁ ଦେବଦେବୀଙ୍କର ଫଟୋ ପୋଡିବା ସହ ଏହାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏହାକୁ ନେଇ ସାରା ଜିଲାରେ ଅସନ୍ତୋଷ ଦେଖାଦେଇଥିଲା। ମଙ୍ଗଳବାର ଏହି ଘଟଣାରେ ରାୟଗଡ଼ା ପୋଲିସ ଏକ ମାମଲା (ନଂ ୩୪୫/୧୯) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୋଜୁଥିବା ବେଳେ ବୁଧବାର ରାଷ୍ଟ୍ରୀୟ ସୁରକ୍ଷା ମଞ୍ଚ ପକ୍ଷରୁ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଏକ ଦାବିପତ୍ର ଦିଆଯାଇଛି। ମଞ୍ଚର ଆବାହକ ରାଜେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏହି ଦାବିପତ୍ର ଦିଆଯାଇଛି।