Advertisement

ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡିବା ଅଭିଯୋଗରେ ଯୁବକ ଗିରଫ

ରାୟଗଡା ଅଫିସ, ୯।୧୦:ରାୟଗଡା ଜିଲା ଟିକିରି ଥାନା ଅନ୍ତର୍ଗତ ପାଞ୍ଚାଳୀ ଗ୍ରାମରେ ବିଭିନ୍ନ ହିନ୍ଦୁ ଦେବାଦେବୀଙ୍କର ଫଟୋ ପୋଡିବା ସହ ଏହାକୁ ସୋସିଆଲ ମିଡ଼ିଆରେ ଭାଇରାଲ କରି ଜଣେ ଯୁବକ ଗିରଫ ହୋଇଛନ୍ତି। ଅଭିଯୁକ୍ତ ଜଣଙ୍କ ଟିକିରି ଥାନା ଅନ୍ତର୍ଗତ ପଂଚାଲି ଗ୍ରାମର ବୋଲି ଜଣାପଡିଛି। ଅଭିଯୁକ୍ତ ଏହି  ଗ୍ରାମର କିଛି  ଯୁବକଙ୍କୁ ନେଇ ହିନ୍ଦୁ ଦେବାଦେବୀଙ୍କର ଫଟୋ ପୋଡିବା ସହ ଏହାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ। ଏହାକୁ ନେଇ ସାରା ଜିଲାରେ ତୀବ୍ର ପ୍ରତିକ୍ରିୟା ହୋଇଥିଲା। ମଙ୍ଗଳବାର ଏହି ଘଟଣାରେ ରାୟଗଡା ପୋଲିସ ଏକ ମାମଲା  (ନମ୍ବର ୩୪୫/୧୯) ରୁଜୁ  କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୋଜୁଥିବା କଥା ଆରକ୍ଷୀ ଅଧୀକ୍ଷକ ଡ଼ ସ୍ରବଣନା ବିବେକ ଏମ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share