Categories: ଜାତୀୟ

ହିନ୍ଦୁ ନବବର୍ଷ ଅବା ରାମ ନବମୀରେ ପଡ଼ିବ ରାମମନ୍ଦିର ମୂଳଦୁଆ: ସହମତି ପ୍ରକାଶ କଲା ଆର୍‌ଏସ୍‌ଏସ୍‌

ନୂଆଦିଲ୍ଲୀ,୧୧।୧୧: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କରାଯିବା ପାଇଁ ଯୋଜନା ଆରମ୍ଭ ହୋଇଛି। ମନ୍ଦିରର ମୂଳଦୁଆ ହିନ୍ଦୁ ନବବର୍ଷ ଅବା ରାମ ନବମୀରେ ପଡ଼ିବ ବୋଲି ସନ୍ଥମାନଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିରେ ଆର୍‌ଏସ୍‌ଏସ୍‌ ପକ୍ଷରୁ ସହମତି ପ୍ରକାଶ କରାଯାଇଛି। ୨୦୨୦ ମାର୍ଚ୍ଚ ୨୫ ହିନ୍ଦୁ ନବ ବର୍ଷ ପଡୁଥିବାବେଳେ ରାମ ନବମୀ ଏପ୍ରିଲ୍‌ ୨ରେ ପଡୁଛି। ଏହି ଦୁଇ ତାରିଖ ମଧ୍ୟରୁ ଯେ କୌଣସି ଦିନ ମନ୍ଦିରର ମୂଳଦୁଆ ପକାଇବାକୁ ସନ୍ଥମାନେ ପରାମର୍ଶ ଦେଇଛନ୍ତି।

Share