ଡେରାଡୁନ,୨।୧୦: ବଦ୍ରିନାଥ ଧାମରେ ବୈଦିକ ମନ୍ତ୍ରୋଚ୍ଚାରଣ ସହ ଜଣେ ଅଷ୍ଟ୍ରେଲିଆ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅଷ୍ଟ୍ରେଲିଆର ପର୍ଥ ନିବାସୀ ପାଉଲୋ ଓ କାୟରା ବୁଧବାର ବଦ୍ରିନାଥ ମନ୍ଦିରରେ ହିନ୍ଦୁ ରୀତିନୀତିରେ ବିବାହ କରିଛନ୍ତି। ଏହାପରେ ମନ୍ଦିର ଯାଇ ଭଗବାନ ବଦରୀବିଶାଳଙ୍କୁ ଦର୍ଶନ କରିବା ସହ ସୁଖୀ ଦାମ୍ପତ୍ୟ ଜୀବନ ପାଇଁ କାମନା କରିଥିଲେ। ପାଉଲୋ ବିଷ୍ଣୁଙ୍କ ବଡ଼ ଭକ୍ତ ଥିବା ବେଳେ ଏଥିରୁ ପ୍ରଭାବିତ ହୋଇ ବଦ୍ରିନାଥ ଧାମ ଆସିଥିଲେ ବୋଲି ସେ କହିଛନ୍ତି। ଭଗବାନ ବିଷ୍ଣୁଙ୍କ ଧାମରେ ଜୀବନ ସାଥୀ କରିବା ପାଇଁ କାୟରାଙ୍କୁ ବିବାହ ଲାଗି ପାଉଲୋ ବହୁ ଦିନରୁ ଇଚ୍ଛା ପ୍ରକାଶ କରିଥିଲେ।