Categories: ଜାତୀୟ

ହିନ୍ଦୁ ମଠର ମୁଖ୍ୟଭାବେ ଦାୟିତ୍ୱ ନେବେ ମୁସଲମାନ ଯୁବକ

ହୁବୁଳି,୨୦।୨: କର୍ନାଟକର ଗଡଗ ଜିଲାରେ ଥିବା ମୁରୁଗା ରାଜେନ୍ଦ୍ର ମଠର ବହୁ ବର୍ଷର ପରମ୍ପରା ଏବେ ଭାଙ୍ଗିବାକୁ ଯାଉଛି। ଏହି ମଠରେ ପ୍ରଥମଥର ପାଇଁ ଜଣେ ମୁସଲମାନ ଯୁବକ ମଠର ମୁଖ୍ୟଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଫେବୃୟାରୀ ୨୬ରେ ଏକ ବିଶେଷ ସମାରୋହରେ ତାଙ୍କୁ ଏହି ଦାୟିତ୍ୱ ଦିଆଯିବ ବୋଲି ଜଣାପଡିଛି। ୩୩ ବର୍ଷୀୟ ଦିଓ୍ବାନ ଶରିଫ ମୁଲ୍ଲା ନାମକ ଉକ୍ତ ଯୁବକ ଜଣଙ୍କ କହିଛନ୍ତି ସେ ପିଲାଦିନୁ ଧର୍ମରେ ବିଶ୍ୱାସ କରନ୍ତି ଓ ସେ ୧୨ଶ ଶତାବ୍ଦିର ଦାର୍ଶନିକ ବସବନ୍ନାଙ୍କ ଶିକ୍ଷା ଦ୍ୱାରା ପ୍ରଭାବିତ। ତାଙ୍କର ଆଦର୍ଶକୁ ନେଇ ସେ କାମ କରିବେ ବୋଲି କହିଛନ୍ତି। ଏହାକୁ ନେଇ ଶ୍ରୀ ମୁରୁଗାରାଜେନ୍ଦ୍ର କୋରାନେଶ୍ୱର ସ୍ବାମୀ କହିଛନ୍ତି, ଯିଏ ଯେଉଁ ଜାତି ବା ଧର୍ମରେ ଜନ୍ମ ନେଇଥାଆନ୍ତୁ ନା କାହିଁକି ଯଦି ଈଶ୍ୱର ଚାହୁଁଛନ୍ତି ଆପଣ ଭଲକାମ କରନ୍ତୁ ବୋଲି ଆପଣ ତାହା କରିବାରେ କୌଣସି ଅସୁବିଧା ନାହିଁ।

Share