Categories: ଜାତୀୟ

ହିନ୍ଦୁ-ମୁସଲମାନ୍‌ ନୁହେଁ ବିକାଶକୁ ଦୃଷ୍ଟିରେ ରଖି ଭୋଟର ଦେଇଛନ୍ତି ଭୋଟ: ଅଖିଳେଶ

ନୂଆଦିଲ୍ଲୀ,୯।୨: ଦିଲ୍ଲୀ ବିଧାନସଭାର ୭୦ ଆସନ ଲାଗି ମତଦାନ ଶେଷ ହୋଇଛି। ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପୁଣି କ୍ଷମତା ଦଖଲ କରିବେ ବୋଲି ଆକଳନ କରାଯାଇଛି। ଏହି ମର୍ମରେ ରବିବାର ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଭୋଟର ଭାଜପା ସରକାରଙ୍କ ହିନ୍ଦୁ-ମୁସଲମାନ୍‌ ଭେଦଭାବ ଉପରେ ଭୋଟ ଦେଇ ନ ଥିବା କହିଛନ୍ତି। ଦିଲ୍ଲୀରେ ହୋଇଥିବା ବିକାଶ କାର୍ଯ୍ୟକୁ ଦୃଷ୍ଟିରେ ରଖି ଭୋଟର ମତଦାନ କରିଥିବା ଅଖିଳେଶ କହିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭା ଲାଗି ଭୋଟିଂ ଜାରି ରହିଥିବା ସମୟରେ ଅଖିଳେଶ କେଜରିଓ୍ବାଲଙ୍କ ଟୁଇଟ୍‌ କରି ଅଭିନନ୍ଦନ ଜଣାଇଥିଲେ।

Share