ହିନ୍ଦୁ ରୀତିନୀତିରେ ମାଙ୍କଡ଼ର ଅନ୍ତିମ ସଂସ୍କାର

ଦଭାନ୍‌ଗିରି: ଅନେକ ସମୟରେ ପଶୁମାନଙ୍କର ବ୍ୟବହାର ସମସ୍ତଙ୍କୁ ପ୍ରଭାବିତ କରିଥାଏ। ଏହାଦ୍ୱାରା ପଶୁ ଓ ଲୋକମାନଙ୍କ ମଧ୍ୟରେ ନିବିଡ଼ତା ବଢିଯାଏ, ଯାହା ଘଟିଛି କର୍ନାଟକର ଛନ୍ନାଗିରି ତହସିଲ ଅନ୍ତର୍ଗତ ଏସ୍‌ଭିଆର୍‌ କଲୋନୀରେ। ଏହି କଲୋନୀକୁ କିଛିଦିନ ତଳେ ଦଳେ ମାଙ୍କଡ଼ ଆସିଥିଲେ। ଏମାନେ କଲୋନୀ ବାସିନ୍ଦାଙ୍କର କୌଣସି କ୍ଷତି କରି ନ ଥିଲେ। ପିଲାମାନଙ୍କ ସହ ଖେଳୁଥିଲେ। ଏମାନଙ୍କ ମଧ୍ୟରୁ ଗୋଟିଏ ମାଙ୍କଡ଼ ହଠାତ୍‌ ମରିଯିବା ପରେ ଲୋକମାନେ ଦୁଃଖରେ ଭାଙ୍ଗି ପଡିଥିଲେ। କଲୋନୀବାସୀ ମାଙ୍କଡ଼ଟିର ଅନ୍ତିମ ସଂସ୍କାର ହିନ୍ଦୁ ରୀତିନୀତିରେ ସମାପନ କରିଥିଲେ। ପରେ ମୃତ ମାଙ୍କଡ ପାଇଁ ଏକ ମନ୍ଦିର ନିର୍ମାଣ କରିବାର ଯୋଜନା କରି ପଞ୍ଚାୟତକୁ ଏଥିଲାଗି ଅର୍ଥ ଯୋଗାଇଦେବାକୁ ଅନୁରୋଧ କରିଥିଲେ। ପଞ୍ଚାୟତ ଏହା ପ୍ରଦାନ କରିବା ପରେ ମନ୍ଦିର ନିର୍ମାଣ ଆରମ୍ଭ ହୋଇଯାଇଛି । ଯେଉଁଠାରେ ମାଙ୍କଡ଼ର ଅନ୍ତିମ ସଂସ୍କାର କରାଯାଇଥିଲା ସେଠାରେ ଏହି ମନ୍ଦିର ନିର୍ମାଣ କରାଯାଉଛି।

Share