ହିନ୍ଦୋଳରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ

ହିନ୍ଦୋଳ, ୨୩।୮(ଡି.ଏନ.ଏ): ଢ଼େଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରlସୋଳ ଥାନା କାରନ୍ଦା କେଳା ଟାଙ୍ଗର ସାହିରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଜଣଙ୍କ ହେଲେ ୫୫ ବର୍ଷୀୟ ମଙ୍ଗରାଜ ସାହୁ। ସୂଚନାଯୋଗ୍ୟ, ମଙ୍ଗରାଜଙ୍କ ୨ଜଣ ସ୍ତ୍ରୀ ରହିଥିବା ବେଳେ ପ୍ରଥମ ସ୍ତ୍ରୀ ୧୦ବର୍ଷ ହେଲା ତାଙ୍କଠାରୁ ଅଲଗା ରହି ଆସୁଛନ୍ତି। ଦ୍ୱିତୀୟ ସ୍ତ୍ରୀଙ୍କ ପାଖରେ ମଙ୍ଗରାଜ ରୁହନ୍ତି। ତେବେ ଗୁରୁବାର ଅପରାହ୍ନରେ ମଙ୍ଗରାଜ ଘରେ ଶୋଇଥିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଆଉ ଉଠି ନ ଥିଲେ। ଏହାପରେ ଗଁ।ଲୋକେ ତୁରନ୍ତ ତାଙ୍କୁ ହିନ୍ଦୋଳ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ବାପା ମଙ୍ଗରାଜଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ପ୍ରଥମ ସ୍ତ୍ରୀଙ୍କ ପୁଅ ହେମନ୍ତ ସାହୁ ଶୁକ୍ରବାର ରାସୋଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେହିପରି ଋଣ ଭାର ଯୋଗୁଁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି।

Share