ହିନ୍ଦୋଳରେ ସୀମାରାଣୀ ୧୬୨୨୯ ଭୋଟରେ ଆଗୁଆ

ହିନ୍ଦୋଳ, ୨୩।୫(ଡି.ଏନ୍‌.ଏ.)-ହିନ୍ଦୋଳ ସଂରକ୍ଷିତ ବିଧାନସଭା ଆସନରେ ୩୫ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ତଥା ବିଧାୟିକା ସୀମାରାଣୀ ନାୟକ ୮୩,୦୬୧ ଖଣ୍ଡ ଭୋଟ ପାଇ ଆଗୁଆ ଅଛନ୍ତି। ତାଙ୍କ ପଛକୁ ଭାଜପା ପ୍ରାର୍ଥୀ ଅଶୋକ ନାଏକ ୬୬,୮୩୨ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି। କଂଗ୍ରେସ ପ୍ରାର୍ଥୀ ତ୍ରିନାଥ ବେହେରା ୮,୩୩୩ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି। ସୀମାରାଣୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅଶୋକଙ୍କଠାରୁ ୧୬୨୨୯ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି।