ହିନ୍ଦୋଳ: ସୀମାରାଣୀ ୨୪୦୯ ଖଣ୍ଡ ଭୋଟରେ ଆଗୁଆ

ହିନ୍ଦୋଳ, ୨୩।୫(ଡି.ଏନ୍‌.ଏ.)-ହିନ୍ଦୋଳ ବିଧାନସଭା ଆସନରେ ୧୦ମ ରାଉଣ୍ଡ ଗଣତି ଶେଷ ହୋଇଛି। ଦୀର୍ଘ ସମୟ ପଛରେ ରହିବା ପରେ ବିଜେଡି କମ୍‌ବ୍ୟାକ୍‌ କରିଛି। ବିଜେଡି ପ୍ରାର୍ଥୀ ତଥା ବିଧାୟିକା ସୀମାରାଣୀ ନାୟକ ୨୨୪୪୧ ଖଣ୍ଡ ଭୋଟ ପାଇ ଆଗୁଆ ହୋଇଛନ୍ତି। ତାଙ୍କ ପଛକୁ ଭାଜପା ପ୍ରାର୍ଥୀ ଅଶୋକ ନାଏକ ୨୦୦୩୨ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି। କଂଗ୍ରେସ ପ୍ରାର୍ଥୀ ତ୍ରିନାଥ ବେହେରା ୨୯୦୯ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି। ସୀମାରାଣୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅଶୋକଙ୍କଠାରୁ ୨୪୦୯ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି।