Categories: ଜାତୀୟ

ହିମମାନବ ପାଦଚିହ୍ନ ଜାରିକଲା ସେନା

ନୂଆଦିଲ୍ଲୀ,୧।୫: ପିଲାବେଳେ ବହିରେ ପଢିଥିବା ହିମମାନବକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଆଲୋଚନା କରାଯାଏ। ଏବେ କିନ୍ତୁ ଭାରତୀୟ ସେନା ଏହି ହିମମାନବର ଉପସ୍ଥିତି ସମ୍ପର୍କରେ ସୂଚନା ଦେଇଛି। ହିମମାନବ ‘ୟେତି’କୁ ନେଇ ସେନା କିଛି ତଥ୍ୟ ପ୍ରଦାନ କରିଛି। ଏହାକୁ ନେଇ ଟୁଇଟରରେ କିଛି ଫଟୋ ଶେୟାର କରାଯାଇଛି। ଯେଉଁଥିରେ ହିମମାନବର ବଡ ବଡ ପାଦର ଫଟୋ ଦେଖିବାକୁ ମିଳିଛି। ଏହି ପାଦ ହିମମାନବ ‘ୟେତି’ର ପାଦ ହୋଇଥାଇପାରେ ବୋଲି କୁହାଯାଉଛି। ଉକ୍ତ ପାଦଚିହ୍ନର ଲମ୍ବ ୩୨ଇଞ୍ଚ ଏବଂ ଚଉଡା ୧୫ଇଞ୍ଚ। ପ୍ରଥମଥର ଲାଗି ଭାରତୀୟ ସେନାର ଏକ ପର୍ବତାରୋହୀ ଦଳ ନେପାଳର ମକାଲୁ ବେସ୍‌ କ୍ୟାମ୍ପ ନିକଟରେ ଏପ୍ରିଲ ୯ରେ ଏହି ରହସ୍ୟମୟୀ ପାଦର ସନ୍ଧାନ ପାଇଥିଲେ। ଲଦାଖର କେତେଜଣ ବୌଦ୍ଧ ସନ୍ନ୍ୟାସୀ ଦାବି କରିଥିଲେ ଯେ, ‘ହିମମାନବ’ୟେତିକୁ ଏମାନେ ଦେଖିଛନ୍ତି। ଏପଟେ କିନ୍ତୁ ବିଶେଷଜ୍ଞମାନେ କହିଛନ୍ତି ‘ୟେତି’ ମାନବ ନୁହେଁ ବରଂ ଏହା ବରଫ ଭାଲୁର କ୍ରସ୍‌ ବ୍ରିଡିଂ ବା ସଙ୍କର ଜାତୀୟ ଜୀବ।

Share