Categories: ଜାତୀୟ

ହିମସ୍ଖଳନରେ ୨ ଯବାନ ଶହୀଦ

ନୂଆଦିଲ୍ଲୀ,୧୬ା୫(ପି.ଟି.): ଉତ୍ତର ସିକିମର ଲୁଗ୍‌ନାକ୍‌ ଲା ପାର୍ବତ୍ୟାଞ୍ଚଳରେ ହିମସ୍ଖଳନ ଯୋଗୁ ସେନାର ଜଣେ ଲ୍ୟୁଟନାଣ୍ଟ କଲୋନେଲ୍‌ ଓ ଜଣେ ଯବାନ ଶହୀଦ ହୋଇଛନ୍ତି। ଏମାନେ ୧୮ ଜଣିଆ ପାଟ୍ରୋଲିଂ ଟିମ୍‌ରେ ସାମିଲ ଥିଲାବେଳେ ଗୁରୁବାର ହିମସ୍ଖଳନ ଯୋଗୁ ପୋତିହୋଇପଡ଼ିଥିଲେ। ଉଦ୍ଧାରକାରୀ ଟିମ୍‌ ଓ ସ୍ଥାନୀୟ ଲୋକଙ୍କ ଉଦ୍ୟମ ସତ୍ତ୍ୱେ ସେମାନଙ୍କୁ ବରଫ ତଳୁ ଉଦ୍ଧାର କରାଯାଇପାରି ନ ଥିଲା ବୋଲି ଜଣେ ସେନା ଅଧିକାରୀ କହିଛନ୍ତି। ମୃତକ ହେଲେ ଲ୍ୟୁଟ୍‌ନାଣ୍ଟ କଲୋନେଲ ରବର୍ଟ ଟିଏ ଏବଂ ଯବାନ ସପଲ ଶନମୁଖ ରାଓ।

Share