ହିମାଂଶିଙ୍କୁ ବିବାହ ପ୍ରସ୍ତାବ ଦେଲେ ଆସିମ

ବମ୍ବେ: ‘ବିଗ୍‌ବସ୍‌’ ଘରେ ଅନେକ ସଫଳ ପ୍ରେମ କାହାଣୀ ଗଢ଼ି ଉଠିଥିବା ନଜିର ରହିଛି। ଏହି କ୍ରମରେ ଚଳିତ ସିଜନ୍‌ରେ ଦୁଇଟି ଯୋଡ଼ି ଚର୍ଚ୍ଚାରେ। ସିଦ୍ଧାର୍ଥ-ଶେହନାଜ ଏବଂ ଆସିମ-ହିମାଂଶୀଙ୍କ ପ୍ରେମର ଗାଡ଼ି ଏବେ ନୂଆ ନୂଆ ସୋପାନ ଦେଇ ଗତିକରୁଛି। ମଙ୍ଗଳବାର ପ୍ରସାରିତ ହୋଇଥିବା ଅଧ୍ୟାୟରେ ଆସିମ ହିମାଂଶିଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିବା ଦେଖିବାକୁ ମିଳିଛି।

ହିମାଂଶି ପୂର୍ବରୁ ପ୍ରତିଯୋଗୀ ଭାବେ ଯୋଗ ଦେଇଥିଲେ। ହେଲେ ଭୋଟ କମ୍‌ ମିଳିବା କାରଣରୁ ସେ ବାହାରି ଯାଇଥିଲେ। ଏବେ ଆସିମଙ୍କୁ ସମର୍ଥନ କରିବାକୁ ସେ ପୁନର୍ବାର ବିଗ୍‌ବସ୍‌କୁ ଫେରିଛନ୍ତି। ଫଳରେ ପୂର୍ବରୁ ଆରମ୍ଭ ହୋଇଥିବା ସମ୍ପର୍କକୁ ଏକ ନୂଆ ଦିଗ ମିଳିଯାଇଛି। ଜଣେ ପକା ପ୍ରେମିକ ଭାବେ ଆସିମ ବେଶ୍‌ ଖୁସି ହୋଇ ହିମାଂଶିଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଛନ୍ତି। ଦୀର୍ଘ ସମୟ ଧରି ମନାକରିବା ପରେ ହିମାଂଶି ଶେଷରେ ହଁ ଭରିଛନ୍ତି।

ଏହି ଘଟଣାକୁ କିନ୍ତୁ ଆସିମଙ୍କ ଭାଇ ଉମର ଗ୍ରହଣ କରିପାରି ନାହାନ୍ତି। ଏବେ ଆସିମଙ୍କ କ୍ୟାରିୟର ଗଢ଼ିବାର ସମୟ, ବିବାହ ନୁହେଁ ବୋଲି ସେ କହିଛନ୍ତି। ଯଦି ଉଭୟ ପରସ୍ପରଙ୍କୁ ଭଲ ପାଉଥାଆନ୍ତି, ତେବେ ଘରୁ ବାହାରିବା ପରେ ସମୟ ବିତାନ୍ତୁ। ଜଣେ ଅନ୍ୟଜଣଙ୍କୁ ଜାଣିବାକୁ ଚେଷ୍ଟା କରନ୍ତୁ। ଶେଷରେ ବିବାହ କରିବେ କି ନା ଦେଖାଯିବ ବୋଲି ଉମର କହିଛନ୍ତି।

Share