ହିମାଂଶୁଙ୍କ ସହ ବ୍ରେକ୍‌ଅପ୍‌ ପରେ ଏବେ ରଘୁଙ୍କ ପ୍ରେମରେ ସ୍ବରା

ମୁମ୍ବାଇ: ଲେଖକ ହିମାଂଶୁ ଶର୍ମାଙ୍କ ସହ ବ୍ରେକ୍‌ଅପ୍‌ ହେବା ପରେ ଏକୁଟିଆ ହୋଇ ଯାଇଥିଲେ ବଲିଉଡ୍‌ ଅଭିନେତ୍ରୀ ସ୍ବରା ଭାସ୍କର। ହେଲେ ଏବେ ତାଙ୍କ ଜୀବନରେ ନୂଆ ମଣିଷଙ୍କ ଏଣ୍ଟ୍ରି ହୋଇଛି, ଯାହାକୁ ନେଇ ସ୍ବରା ବେଶ୍‌ ଖୁସୀ।

ସ୍ବର୍ଗତ ଅଭିନେତା ଗିରିଶ କର୍ନାଡଙ୍କ ପୁଅ ରଘୁଙ୍କୁ ଡେଟ୍‌ କରୁଛନ୍ତି ସ୍ବରା। ନିକଟରେ ଉଭୟଙ୍କୁ ଏକ ଚଳଚ୍ଚିତ୍ରର ସ୍ପେଶାଲ ସ୍କ୍ରିନିଂ ଅବସରରେ ଏକସଙ୍ଗରେ ଦେଖାଯାଇଥିଲା। ପରେ ଉଭୟ ରାତ୍ରିଭୋଜନ ମଧ୍ୟ ସାଙ୍ଗରେ କରିଥିବା ଜଣାପଡ଼ିଛି।

ରଘୁ ପେସାରେ ସାମ୍ବାଦିକ ଓ ଲେଖକ। ଏବେ ଉଭୟ ଭଲ ବନ୍ଧୁ ଭାବେ ସମୟ ଅତିବାହିତ କରୁଛନ୍ତି। ତେବେ ୫ ବର୍ଷ ଧରି ହିମାଂଶୁଙ୍କୁ ଡେଟ୍‌ କରିବା ପରେ ସ୍ବରା ହଠାତ୍‌ ବ୍ରେକ୍‌ଅପ୍‌ କରିଥିବା ନେଇ ଖବର ପ୍ରଚାରିତ ହୋଇଥିଲା। ଏହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଏବେ ରଘୁଙ୍କ ସହ ସମ୍ପର୍କ କେତେ ଦିନ ଚାଲିବ ତାହା ଆଗାମୀ ଦିନରେ ଜଣାପଡ଼ିବ।

Share