Categories: ଜାତୀୟ

ହିମାଚଳପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି

ଶିମ୍‌ଲା,୭।୮: ହିମାଚଳପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ବୀରଭଦ୍ର ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ବୁଧବାର ତାଙ୍କୁ ଆଇଜେଏମ୍‌ସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୀରଭଦ୍ର କିଛି ଦିନ ହେବ ରାମପୁରରେ ଥିବା ବେଳେ ବୁଧବାର ହଠାତ୍‌ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ସକାଳେ ଶିମ୍‌ଲାରେ ଥିବା ଆଇଜେଏମସି ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କର ପରୀକ୍ଷା କରିବା ପରେ ରୁଟିନ୍‌ ଚେକ୍‌ଅପ୍‌ ପାଇଁ ହସ୍ପିଟାଲରେ ରହିବାକୁ ପରାମର୍ଶ ଦେଇଥିଲେ।

Share