Categories: ଜାତୀୟ

ହିମାଚଳରେ ପର୍ଯ୍ୟଟକଙ୍କ ଭିଡ଼: ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ

ଶିମଲା,୧୦।୬: ଗ୍ରୀଷ୍ମ ପ୍ରବାହରେ ସାରା ଦେଶ ସିଝୁଥିବା ବେଳେ ଗରମରୁ ନିସ୍ତାର ପାଇବା ପାଇଁ ଲୋକେ ପାହାଡିଆ ଅଞ୍ଚଳ ମୁହଁା ହେଉଛନ୍ତି। ଏଭଳି ସ୍ଥିତିରେ ଶିମଲା, ମନାଲୀ, ଧର୍ମଶାଳା ଓ ଡଲହୋଜିର ହୋଟେଲ ଗୁଡ଼ିକରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି। ପ୍ରବଳ ଭିଡ଼ ଯୋଗୁ ରାସ୍ତାଗୁଡ଼ିକ ଜାମ୍‌ ହୋଇଯାଇଥିବା ଜଣାପଡ଼ିଛି। ଏହି ଜାମ୍‌ ଯୋଗୁ ପର୍ଯ୍ୟଟକଙ୍କ ସହ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଯେଉଁଠାରେ ଚଣ୍ଡିଗଡ଼ରୁ ଶିମଲା ଯିବା ପାଇଁ ୪ ଘଣ୍ଟା ସମୟ ଲାଗୁଥିଲା ଏବେ ସେଠାରେ ୬ରୁ ୮ ଘଣ୍ଟା ସମୟ ଲାଗୁଛି। ଗତ ୧ ସପ୍ତାହ ଭିତରେ ଏନ୍‌ଏଚ୍‌ ଗୁଡ଼ିକରେ ଗାଡ଼ି ସଂଖ୍ୟା ବୃଦ୍ଧି ପାଉଥିବାରୁ ରାସ୍ତା ଜାମ୍‌ ହେଉଥିବା ଦେଖିବାକୁ ମିଳିଛି। ଏଥିସହ ପାର୍କିଂରେ ବହୁ ଅସୁବିଧା ଉପୁଜିଥିବା ବେଳେ ବାଧ୍ୟ ହୋଇ ଗାଡ଼ିଗୁଡ଼ିକୁ ରାସ୍ତାରେ ପାର୍କ କରାଯାଉଛି। ଫଳରେ ସାଧାରଣ ଜୀବନଯାତ୍ରା ବହୁ ପ୍ରଭାବିତ ହୋଉଥିବା ସ୍ଥାନୀୟ ଲୋକେ କହିଛନ୍ତି।

Share