Categories: ଖେଳ

ହିମାଳୟରେ ପହଞ୍ଚିଲେ ବିରୁଷ୍କା

ଭାରତୀୟ କ୍ରିକେଟ ଦଳ ଏବେ ବାଂଲାଦେଶରେ ବିପକ୍ଷରେ ଟି-୨୦ ସିରିଜ୍‌ ଖେଳୁଛି। ଏହି ସିରିଜରୁ ବିଶ୍ରାମ ନେଇ ଅଧିନାୟକ ବିରାଟ କୋହଲି ସ୍ତ୍ରୀ ଅନୁଷ୍କାଙ୍କ ସହ ଛୁଟି କାଟୁଛନ୍ତି। ପ୍ରତିଦିନ ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଭାଇରାଲ ହେଉଛି। ଉଭୟ ପ୍ରଥମେ ଭୁଟାନ ଗସ୍ତ କରିଥିଲେ। ସେଠାରେ କୋହଲି ତାଙ୍କ ୩୧ତମ ଜନ୍ମଦିବସ ପାଳନ କରିବା ବରେ ଏବେ ବିରୁଷ୍କା ହିମାଳୟରେ ପହଞ୍ଚତ୍ଛନ୍ତି। ଅନୁଷ୍କାଙ୍କ ହାତ ଧରି କୋହଲି ହିମାଳୟ ପର୍ବତର ଶୋଭାକୁ ଉପଭୋଗ କରୁଥିବାର ଫଟୋ ବିରାଟ ଟୁଇଟରରେ ଏହାର ଫଟୋ ଶେୟାର କରିଛନ୍ତି। ପ୍ରକୃତିର ଶୋଭାରାଜି ଉପଭୋଗ କରିବାକୁ ସୁଯୋଗ ମିଳିଥିବାରୁ ନିଜକୁ କୃତଜ୍ଞ ମନେକରିଛନ୍ତି ବିରାଟ। ଏହାପୂର୍ବରୁ ଭୁଟାନର ବିଭିନ୍ନ ଯାଗା ବୁଲିଥିଲେ ବିରୁଷ୍କା।

Share