Categories: ଖେଳ

ହିମା ଦାସଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୪।୭(ପିଟି)- ଭାରତୀୟ ଷ୍ଟାର ସ୍ପ୍ରିଣ୍ଟର ହିମା ଦାସ ପୋଲାଣ୍ଡରେ ଅନୁଷ୍ଠିତ ପୋଜନାନ ଆଥ୍‌ଲେଟିକ୍ସ ଗ୍ରାଁ ପ୍ରି ଟୁର୍ନାମେଣ୍ଟର ୨୦୦ ମିଟର ଦୌଡ଼ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ଦୌଡ଼କୁ ୨୩.୬୫ ସେକେଣ୍ଡରେ ଶେଷ କରିଥିଲେ। ଚଳିତ ବର୍ଷ ଏହା ତାଙ୍କର ପ୍ରଥମ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସ। ଗତ କିଛି ମାସ ହେଲା ଅଣ୍ଟା ଜନିତ ସମସ୍ୟା ଯୋଗୁ ସେ ଟ୍ରାକରୁ ଦୂରେଇ ଥିଲେ। ତାଙ୍କର ଶ୍ରେଷ୍ଠ ଟାଇମିଂ ହେଉଛି ୨୩.୧୦ ସେ, ଯାହାକି ସେ ଗତ ବର୍ଷ ହାସଲ କରିଥିଲେ। ଆଉ ଜଣେ ଭାରତୀୟ ଆଥ୍‌ଲେଟ ଭି.କେ. ବିସ୍ମୟ ୨୩.୭୫ ସେ. ଟାଇମିଂ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି। ଭାରତୀୟ ଶଟ୍‌ପୁଟର ତାଜିନ୍ଦର ପାଲ ସିଂ ବ୍ରୋଞ୍ଜ ପଦକ ହାତେଇଛନ୍ତି। ଏସିଆନ୍‌ ଚାମ୍ପିୟନ ତୁର ୧୯.୬୨ ମି. ଦୂରତା ହାସଲ କରି ପୋଡିୟମ୍‌ର ୩ୟ ସ୍ଥାନ ଅଧିକାର କରିଥିଲେ। ସେ ଗତ ବର୍ଷ ଏସିଆନ୍‌ ଗେମ୍ସରେ କ୍ୟାରିୟରର ଶ୍ରେଷ୍ଠ (୨୦.୭୫ ସେ. ) ପ୍ରଦର୍ଶନ କରିଥିଲେ। ୪୦୦ ମି. ଦୌଡ଼ ଇଭେଣ୍ଟରେ ଜାତୀୟ ରେକର୍ଡଧାରୀ ମହମ୍ମଦ ଆନ୍ନସ (୨୦.୭୫ ସେ) ପୁରୁଷ ୨୦୦ ମି. ଦୌଡ଼ରେ ବ୍ରୋଞ୍ଜ ପଦକ ପାଇଥିବାବେଳେ କେ.ଏସ୍‌. ଜୀବନ (୪୭.୨୫ ସେ) ୪୦୦ ମି. ସମାନ ସଫଳତା ହାସଲ କରିଛନ୍ତି।

Share