Categories: ଫୁରସତ

ହିରୋସୀମାର ରହସ୍ୟମୟ ଛାଇ

ଟୋକିଓ : ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନର ହିରୋସୀମାରେ ୧୯୪୫ ଅଗଷ୍ଟ ୬ରେ ପରମାଣୁ ବୋମା ବିସ୍ଫୋରଣ ହୋଇଥିଲା। ନିମିଷକ ମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା। ବିସ୍ଫୋରଣ ଯୋଗୁ ସୃଷ୍ଟି ହୋଇଥିବା ବିକିରଣର ପ୍ରଚଣ୍ଡ ଉତ୍ତାପ ସହରକୁ ଜଳାଇ ଦେଇଥିଲା। ଇତିମଧ୍ୟରେ ଏହି ଲୋମହର୍ଷଣକାରୀ ଘଟଣାକୁ ୭୫ ବର୍ଷ ବିତିଛି। ତେବେ ସ୍ଥାନୀୟ କାମିୟା ଚାଓଠାରେ ଥିତ୍ବା ତତ୍‌କାଳୀନ ସୁମିତୋମୋ ହିରୋସୀମା ବ୍ୟାଙ୍କ ସମ୍ମୁଖରେ ଏକ ରହସ୍ୟମୟ ଛାଇ ବୋମା ବିସ୍ଫୋରଣ ପରେ ଦେଖିବାକୁ ମିଳିଥିଲା। ଏହା କାହାର ବୋଲି ଜଣାପଡ଼ି ନ ଥିଲା। ବିକିରଣ ଯୋଗୁ ବ୍ୟାଙ୍କ ସମ୍ମୁଖରେ ଅପେକ୍ଷା କରିଥିବା ଲୋକ ଜଣଙ୍କ ଜଳି ଯାଇଥିଲେ। ତେବେ ତାଙ୍କର ଶରୀରରୁ ନିର୍ଗତ ହୋଇଥିବା ରାସାୟନିକ ପଦାର୍ଥ ଦ୍ୱାରା ଏଠାକାର ଚଟାଣରେ ଏକ ଛାଇ ଭଳି ଦାଗ ସୃଷ୍ଟି ହୋଇଥିଲା। ପରେ ଜଣାପଡ଼ିଥିଲା ଯେ, ୪୨ ବର୍ଷ ବୟସ୍କା ମହିଳା ମିତସୁନୋ ଓଚି ବ୍ୟାଙ୍କ କବାଟ ଖୋଲିବାକୁ ଅପେକ୍ଷା କରିଥିବା ସମୟରେ ବିସ୍ଫୋରଣ ଘଟିଥିଲା। ସେହିପରି ଅବସ୍ଥାରେ ହିଁ ସେ ଜଳି ଯାଇଥିଲେ। ଏବେ ଏହି ଛାଇପରି ଦେଖାଯାଉଥିବା ଦାଗ ଧୀରେଧୀରେ ଫିକା ପଡ଼ିଯାଇଛି। ଏହାକୁ ଲୋକେ ଶ୍ୟାଡ଼ୋ ଅଫ୍‌ ହିରୋସୀମା କହିଥାନ୍ତି। ଏହା ଚାରିପଟେ ବାଡ଼ ଦେଇ ଏବେ ଏହାକୁ ସୁରକ୍ଷିତ ରଖାଯାଇଛି।

Share