Categories: ଖେଳ

ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ: ଭାରତ ପ୍ରଥମେ ତାଜିକିସ୍ତାନକୁ ଭେଟିବ

ନୂଆଦିଲ୍ଲୀ, ୧୦ା୬ (ପି.ଟି.)- ଜୁଲାଇ ୭ରୁ ୧୮ ତାରିଖ ପର୍ଯ୍ୟନ୍ତ ଅହମ୍ମଦାବାଦଠାରେ ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଭାରତ ଏଥିରେ ତାଜିକିସ୍ତାନ ବିପକ୍ଷରେ ଏହା ଓପନିଂ ମ୍ୟାଚ ନୂଆ କୋଚ୍‌ ଇଗୋର ଷ୍ଟିମାକ୍‌ଙ୍କ ଅଧୀନରେ ଖେଳିବ। ଭାରତ ଏହାର ଦ୍ୱିତୀୟ ମ୍ୟାଚ ଜୁଲାଇ ୧୩ରେ ଉତ୍ତରକୋରିଆ ଏବଂ ତୃତୀୟ ମ୍ୟାଚ ଜୁଲାଇ ୧୬ରେ ସିରିଆ ବିପକ୍ଷରେ ଖେଳିବ। ରାଉଣ୍ଡ ରବିନ ପର୍ଯ୍ୟାୟରୁ ଉନ୍ନୀତ ଶ୍ରେଷ୍ଠ ଦୁଇ ଦଳ ଜୁଲାଇ ୧୮ରେ ଫାଇନାଲ ମ୍ୟାଚ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିବେ। ଟୁର୍ନାମେଣ୍ଟରେ ଭାଗ ନେଉଥିବା ଦଳଗୁଡ଼ିକ ମଧ୍ୟରେ ସିରିଆ ଫିଫା ର଼୍ୟାଙ୍କିଙ୍ଗରେ ୮୩ତମ ସ୍ଥାନରେ ରହିଥିବା ବେଳେ ତାଜିକିସ୍ତାନ ଓ ଉତ୍ତର କୋରିଆ ଯଥାକ୍ରମେ ୧୨୦ ଏବଂ ୧୨୧ତମ ସ୍ଥାନରେ ଅଛନ୍ତି। ଭାରତ ବର୍ତ୍ତମାନ ଏହି ତାଲିକାରେ ୧୦୧ତମ ସ୍ଥାନରେ ରହିଛି। ବ୍ଲୁ ଟାଇଗର୍ସ (ଭାରତ) ଟୁର୍ନାମେଣ୍ଟର ଗତ ସଂସ୍କରଣରେ ଚାମ୍ପିୟନ ହୋଇଥିଲା। ଦଳ ଫାଇନାଲରେ କେନିଆକୁ ପରାସ୍ତ କରିଥିଲା। ଗତବର୍ଷ ଭାଗ ପ୍ରତିଯୋଗିତାରେ ଭାଗ ନେଇଥିବା ଅନ୍ୟ ଦୁଇ ଦଳ ଥିଲେ ନ୍ୟୁଜିଲାଣ୍ଡ ଓ ଚାଇନିଜ ତାଇପେ। ଭାରତୀୟ ଫୁଟ୍‌ବଲ ଦଳ ନିକଟରେ ଥାଇଲାଣ୍ଡରେ କିଙ୍ଗ୍ସ କପ୍‌ ଖେଲି ଆସିଛି। ଏଥିରେ ଦଳ ତୃତୀୟ ସ୍ଥାନ ଅଧିକାର

Share