Advertisement
Categories: ବାଣିଜ୍ୟ

ହିରୋ ଚ୍ୟାଲେଞ୍ଜ-୨୦୧୯ ଘୋଷଣା

ନୂଆଦିଲ୍ଲୀ,୧୮-୪: ଇଂଲଣ୍ଡର ଲିଭରପୁଲ ଓ୍ବାଟର ପ୍ରିନ୍ସ ଡକ୍‌ରେ ଦି ହିରୋ ଚ୍ୟାଲେଞ୍ଜ-୨୦୧୯ ଗଲ୍ଫ ନାଇଟ୍‌ ଅନୁଷ୍ଠିତ ହେବ। ବିଶ୍ୱରଖ୍ୟାତି ସମ୍ପନ୍ନ ଗଲ୍ଫର ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥି ଲାଗି ପ୍ରଶଂସକଙ୍କୁ ମାଗଣାରେ ଟିକେଟ ପ୍ରଦାନ କରାଯିବ। ମେ ୯ରୁ ୧୨ ହିଲ୍‌ ସାଇଡ ଗଲ୍ଫ କ୍ଲବରେ ବେଟଫ୍ରେଡ ବ୍ରିଟିଶ ମାଷ୍ଟର ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ଏହି ଗଲ୍ଫ ନାଇଟ୍‌ ଅନୁଷ୍ଠିତ ହେବ। ଏଭଳି ପଦକ୍ଷେପ ଦ୍ୱାରା ପେସାଦାରଙ୍କ ସହ ସମ୍ପର୍କ ଯୋଡିବା ସହିତ ଭବିଷ୍ୟତର ବିକାଶ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଉଥିବା ହିରୋ ମୋଟୋକର୍ପର ସିଇଓ ପଓ୍ବନ ମୁଞ୍ଜାଲ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share