Categories: ବାଣିଜ୍ୟ

ହିରୋ ମୋଟୋକର୍ପକୁ ମିଳିଲା ବିଏସ-ଭିଆଇ ସାର୍ଟିଫିକେଟ୍‌

ନୂଆଦିଲ୍ଲୀ, ୧୧।୬: ବିଶ୍ୱର ବୃହତ୍ତମ ଦୁଇଚକିଆ ଯାନ ନିର୍ମାଣକାରୀ ସଂସ୍ଥା ହିରୋ ମୋଟୋକର୍ପ ପ୍ରଥମ ଦୁଇ ଚକିଆ ଯାନ ଭାବେ ବିଏସ-ଭିଆଇ ସାର୍ଟିଫିକେଟ ହାସଲ କରିଛି। ବିଏସ-ଭିଆଇ ମାନଦଣ୍ଡ ଅନୁସାରେ ସଫଳ ପରୀକ୍ଷଣ ଦେବା ପରେ ଇଣ୍ଟରନାଶ୍‌ନାଲ ସେଣ୍ଟର ଫର ଅଟୋମୋଟିଭ ଟେକ୍ନୋଲୋଜି (ଆଇସିଏଟି) ଠାରୁ ହିରୋ ମୋଟୋକର୍ପ ଟାଇପ ଆପ୍ରୁଭାଲ ସାର୍ଟିଫିକେଟ ପ୍ରାପ୍ତ କରିଥିଲା। ସୂଚନାଯୋଗ୍ୟ, ହିରୋ ମୋଟୋକର୍ପ ଦ୍ୱାରା ସ୍ବଦେଶୀ ଭାବେ ବିକଶିତ ଏବଂ ନିର୍ମାଣ କରାଯାଉଥିବା କମ୍ପାନୀର ସ୍ପ୍ଲେଣ୍ଡର ଆଇସ୍ମାର୍ଟ ମୋଟରସାଇକେଲକୁ ଟାଇପ ଆପ୍ରୁଭାଲ ଦିଆଯାଇଥିଲାା

Share