ହୀରାକୁଦରେ ପକ୍ଷୀ ଗଣନା: ୨୧ ଟିମ୍‌ ସାମିଲ

ସମ୍ବଲପୁର, ୭।୧(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରରେ ବିଦେଶୀ ପକ୍ଷୀଙ୍କ ଗଣନା ମଙ୍ଗଳବାର ଆରମ୍ଭ ହୋଇଛି। ହୀରାକୁଦ ୱାଇଲ୍ଡ ଲାଇଫ୍‌ ବିଭାଗ ନେତୃତ୍ୱରେ ବନ ବିଭାଗ ଅଧିକାରୀ ଓ କର୍ମଚାରୀ, ଓୟୁଏଟିର ବିଶେଷଜ୍ଞ, ପକ୍ଷୀ ଗଣନାର ସ୍ବତନ୍ତ୍ର ସ୍କ୍ବାଡ୍‌ ସାମିଲ ହୋଇଛନ୍ତି । ମୋଟ୍‌ ୨୧ଟି ଟିମ୍‌ ଗଠନ କରାଯାଇଛି। ଏହିସବୁ ଟିମ୍‌ ବୋଟ୍‌ରେ ଯାଇ ହୀରାକୁଦ ଜଳଭଣ୍ଡାରକୁ ଆସିଥିବା ପକ୍ଷୀଗୁଡିକୁ ଗଣନା କରି ରିପୋର୍ଟ ପ୍ରଦାନ କରିବେ। ସନ୍ଧ୍ୟା ପର୍ଯ୍ୟନ୍ତ ଗଣନା ଚାଲିବାର ଯୋଜନା ରହିଛି। ପ୍ରତି ବୋଟ୍‌ରେ କ୍ୟାମେରା ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରହିଛି। ଗୋଟିଏ ମୁଖ୍ୟ ବୋଟ୍‌ରେ ସ୍ବତନ୍ତ୍ର ଅଧିକାରୀମାନେ ରହି ରିପୋର୍ଟ ସଂଗ୍ରହ କରୁଛନ୍ତି।

Share