ହୀରାକୁଦର ତଳିଆ ଅଞ୍ଚଳକୁ ସତର୍କ କରାଇଲେ ଜିଲାପାଳ

ସମ୍ବଲପୁର, ୧୨।୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦରେ ମୋଟ୍‌ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ଯାହା ଫଳରେ ତଳିଆ ଅଞ୍ଚଳକୁ ଜଳ ପ୍ରବାହ ତୀବ୍ର ରହିଥିବା ସହ ଅଞ୍ଚଳଗୁଡିକ ଜଳବନ୍ଦୀ ହେବାର ସମ୍ଭାବନା ରହିଛି। ଏହାକୁ ନେଇ ସମ୍ବଲପୁର ଜିଲାପାଳ ଅନନ୍ୟା ଦାସ ସତର୍କ କରାଇଛନ୍ତି। ସେ କହିଛନ୍ତି, ହୀରାକୁଦରେ ୨୦ଟି ଗେଟ୍‌ ଖୋଲାଯାଇଛି। ତଳ ଅଞ୍ଚଳକୁ ଜଳ ପ୍ରବାହିତ ହେଉଥିବା ଆବଶ୍ୟକ ହେଲେ ସ୍ଥାନାନ୍ତରଣ କରାଯିବ ବୋଲି ଜିଲାପାଳ କହିଛନ୍ତି।
ଅନ୍ୟପଟେ, ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଶୁକ୍ରବାର ହୀରାକୁଦରେ ଆଉ ୬ଟି ଗେଟ୍‌ ଖୋଲାଯାଇଛି। ମୋଟ୍‌ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି।

Share