ସମ୍ବଲପୁର, ୨୬ା୮ (ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ୍ରୁ ସୋମବାର ଅପରାହ୍ନ ସାଢ଼େ ୩ଟାରୁ ୩ଟି ଗେଟ୍ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ୭୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ବେଳେ ୧ଲକ୍ଷ ୪୯ ହଜାର କ୍ୟୁସେକ ଜଳ ଡ୍ୟାମ୍ ଭିିତରକୁ ପ୍ରବେଶ କରୁଛି । ପାୱାର ଚ୍ୟାନେଲରେ ୨୨ ହଜାର କ୍ୟୁସେକ ଜଳ ଛଡାଯାଉଛି । ଉପର ମୁଣ୍ଡରେ ବର୍ଷା ହେବାରୁ ଡ୍ୟାମ୍ରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଅପରାହ୍ନ ୪ଟାରେ ପର୍ଯ୍ୟନ୍ତ ଜଳସ୍ତର ୬୨୩.୪୦ ଫୁଟ ରହିଥିବା ହୀରାକୁଦ ଡ୍ୟାମ୍ ପକ୍ଷରୁ ସୂଚନା ମିଳିଛି।