ହୀରାକୁଦ ଡ୍ୟାମ୍‌ରେ ୧୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ

ସମ୍ବଲପୁର, ୧୯ା୮ (ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରୁ ସୋମବାର ୧୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ୧୪ଟି ଗେଟ୍‌ରେ ପ୍ରତି ସେକେଣ୍ଟରେ ୧ଲକ୍ଷ ୭୫ ହଜାର ୩୭୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨ଲକ୍ଷ ୭୩ ହଜାର ୯୧୦ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି । ସେହିପରି ପାୱାର ଚ୍ୟାନେଲରେ ୧୪ ହଜାର ୫୪୫, ବିଭିନ୍ନ କେନାଲରେ ୨ହଜାର ୮୭୭ ଓ ଶିଳ୍ପକୁ ୧୭୦ କ୍ୟୁସେକ ଜଳ ଛଡାଯାଉଛି । ଡ୍ୟାମ୍‌ ଉପରମୁଣ୍ଡରେ ବର୍ଷା ଅନୁପାତ ବଢ଼ିଥିବାରୁ ହୀରାକୁଦ ଡ୍ୟାମ୍‌ରେ ଅଧିକ ପାଣି ପ୍ରବେଶ କରୁଛି ।

Share